Categories: ଜାତୀୟ

ଆଜି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅ ବିବାହ, ନଡ୍ଡାଙ୍କ ସମେତ ନେତା, ମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୬।୬: କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅଙ୍କ ବିବାହ ମଙ୍ଗଳବାର ଗ୍ବାଲିୟରରେ ହେବ। ବିବାହ ଉତ୍ସବରେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ କେତେକ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ। ଭିଭିଆଇପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗ୍ବାଲିୟର ପୋଲିସ ସତର୍କ ରହିଛି। ଅତିଥିମାନଙ୍କ ସୁରକ୍ଷା ବ୍ୟବସ୍ଥା ତଥା ଜିଲାର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଝିଅଙ୍କ ବିବାହ ଗ୍ବାଲିୟରରେ ବାଣିଜ୍ୟ ମେଳା ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୧୦୦ରୁ ଅଧିକ ସେଲିବ୍ରିଟି ବିବାହ ଉତ୍ସବରେ ଯୋଗ ଦେଇ ପାରିବେ। ଏଥିରେ କେତେକ କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି।

Share