ସକାଳୁ ସକାଳୁ ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୋଳ,୨୫।୮ (ମାନସ ବିଶ୍ୱାଳ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୬ ତାରିଖରେ ଅନୁଗୋଳ ଜିଲା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରମନ୍ତ୍ରୀ ୨୫ ତାରିଖ ରବିବାର ରାତିରେ ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ପରଦିନ ଅର୍ଥାତ୍‌ ୨୬ ତାରିଖ ସୋମବାର ଆଠମଲ୍ଲିକ ବ୍ଲକ ଗସ୍ତରେ ଯାଇ ବନମାଳୀପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଓ ଛାତ୍ରୀନିବାସ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଣିଆକଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନୂତନ ଗୃହର ଉଦ୍‌ଘାଟନ କରିବେ। ବନମାଳୀପୁର ଓ କୃତ୍ତିବାସପୁର ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଧରାପାଲି କଲ୍ୟାଣ ମଣ୍ଡପଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସେହିପରି ରେଢ଼ାଖୋଲ ହାଟପଦା କଲ୍ୟାଣ ମଣ୍ଡପଠାରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଗୋଳ ଜିଲା ସଭାପତି ଦିଲେଶର ପ୍ରଧାନ ସୂଚନା ଦେଇଛନ୍ତି।

Share