ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଥିବାରୁ ସେ ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। ଏନେଇ ସେ ନିଜେ ଟୁଇଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଗତ କିଛି ଦିନରୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିଜର ଯାଞ୍ଚ ଓ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନାଇକ୍‌ ପରାମର୍ଶ ଦେଇଛନ୍ତି। ନାଇକ ହେଉଛନ୍ତି ମୋଦି ସରକାରଙ୍କ ତୃତୀୟ ମନ୍ତ୍ରୀ ଯିଏକି କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share