Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ କାର୍‌ ଦୁର୍ଘଟଣା

ନରସିଂହପୁର,୭।୧୧: କେନ୍ଦ୍ରମନ୍ତ୍ରୀ ପହ୍ଲାଦ ପଟେଲ୍‌ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ନରସିଂହପୁର ନିକଟରେ ଦୁର୍ଘଟଣା ଘଟିଛି। ରଙ୍ଗ୍‌ ରୁଟ୍‌ରେ ଆସି ବାଇକ୍‌ ଧକ୍କା ଦେବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଧକ୍କା ହୋଇଥିବା ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Share