କରୋନା ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ

ନୂଆଦିଲ୍ଲୀ, ୧୭।୯: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଭାଜପାର ଏହି ଏମ୍‌ପି କରୋନା ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ‘ଗତ ରାତିରେ ମୋ କରୋନା ଭାଇରସ୍‌ ରିପୋର୍ଟ ପଜିଟିଭ ଆସିଥିଲା। ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରହିବାକୁ ଅନୁରୋଧ।’ ପ୍ରହ୍ଲାଦଙ୍କ ପୂର୍ବରୁ ବୁଧବାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଏହି ମାରାତ୍ମକ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ସେହିଭଳି ପୂର୍ବରୁ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ, ଶ୍ରୀପଦ ନାଏକ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ଶେଖାଓ୍ବତ୍‌ଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ତେବେ ଅମିତ୍‌ ଶାହ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

Share