ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ରାଜ୍ୟରେ କୋଇଲା ଉତ୍ପାଦନ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଉତ୍ତମ କାର୍ଯ୍ୟ, ଠିକ୍ ନୀତି ଓ ସହଯୋଗ ପାଇଁ ଓଡ଼ିଶାରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଘଟିଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପାର୍ଲାମେଣ୍ଟରେ ଏହା କହିଛନ୍ତି।
ରାଜ୍ୟରେ କୋଇଲା ଉତ୍ପାଦନ ବଢ଼ୁଥିଲେ ମଧ୍ୟ ଓଡ଼ିଶା ସରକାରଙ୍କୁ ଏହା ଉପରେ ମିଳୁଥିବା ରୟାଲିଟିକୁ କେନ୍ଦ୍ର ସରକାର ବୃଦ୍ଧି କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଶନିବାର କୋଲ୍କାତାରେ ଅନୁଷ୍ଠିତ ୨୫ତମ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।