କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ପିଟିଲା ଟ୍ରାକ୍ଟର

ଭୁବନେଶ୍ୱର,୯।୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କ ଗାଡ଼ି ରବିବାର ଦୁର୍ଘଟଣା ହୋଇଛି। ଏଥିରେ ସେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ କାରକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ ମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହି ସମୟରେ ଗାଡିରେ ଥିବା ଡ୍ରାଇଭର, ପିଏ, ପିଏସଓଙ୍କ ସମେତ ମନ୍ତ୍ରୀ ଷଡଙ୍ଗୀ ଆହତ ହୋଇଛନ୍ତି । ପରେ ତାଙ୍କୁ ହସ୍ପିଟାଲ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।

Share