Categories: ଜାତୀୟ

ନିଜ ବିଭାଗର ବିଫଳତା ପାଇଁ ସଂସଦରେ କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ନୂଆଦିଲ୍ଲୀ,୮।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ଦଳ ଓ ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ଗୃହରେ ଏକ ପ୍ରଶ୍ନ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ନିଜ ବିଭାଗର ବିଫଳତା ପାଇଁ କ୍ଷମା ମାଗିଥିଲେ। ଏକ୍ସପ୍ରେସୱେରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।
ଲୋକ ସଭାରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର କୋଟାଗିରି ଶ୍ରୀଧରଙ୍କ ଏକ ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି, ଦୁର୍ଭାଗ୍ୟବଶତଃ ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ। ନିରନ୍ତର ଉଦ୍ୟମ ସତ୍ତ୍ୱେ ତାଙ୍କ ବିଭାଗ ସାଂଘାତିକ ସଡ଼କ ଦୁର୍ଘଟଣାକୁ ରୋକିବାରେ ସକ୍ଷମ ନୁହେଁ। ରାସ୍ତାରେ ଯିବାବେଳେ ଲୋକଙ୍କୁ ସୁରକ୍ଷା ସମ୍ବନ୍ଧୀୟ ଟ୍ରାଫିକ ନିୟମ ପାଳନ କରିବାକୁ ପଡିବ, କେବଳ ସେତେବେଳେ ଏଭଳି ଘଟଣା ହ୍ରାସ ପାଇବ।

Share