Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୮: କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଜନିତ ରୋଗ କାରଣରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୋଦି ସରକାରରେ ସେ ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ, ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ସେ ବିହାରର ଲୋକ ଜନଶକ୍ତି ପାର୍ଟିର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ବିହାରର ହାଜିପୁର ଲୋକସଭା ଆସନରୁ ସେ ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ମଧ୍ୟ ଦୃଦଜନିତ ରୋଗ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share