Categories: ଜାତୀୟ

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ

ନୂଆଦିଲ୍ଲୀ,୮।୧୦- କେନ୍ଦ୍ରମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗୁରୁବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ରାମବିଳାସ ପାଶଓ୍ବାନ ଆଖି ବୁଜିଛନ୍ତି। ଏ ନେଇ ତାଙ୍କ ପୁଅ ଚିରାଗ ପାଶଓ୍ବାନ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି: ବାପା, ଆପଣ ଆଜି ଏହି ଦୁନିଆରେ ନାହାନ୍ତି। କିନ୍ତୁ ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି ଆପଣ ସବୁବେଳେ ମୋ ସହିତ ରହିବେ। ମିସ ୟୁ ପାପା । ରାମବିଳାସ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। ଦେଶର ଜଣେ ଆଗଧାଡିର ନେତା ଭାବେ ସେ ବେଶ ପରିଚିତ ଥିଲେ।
ପ୍ରକାଶ ଯେ, କିଛି ଦିନ ପୂର୍ବରୁ ରାମବିଳାସ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା।

Share