Categories: ଜାତୀୟ

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ହେଲିକପ୍ଟର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମଙ୍ଗଳ ପାଣ୍ଡେ, ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ରହିଥିଲେ। ଫଳରେ ସମସ୍ତେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ରବିଶଙ୍କରଙ୍କ ହେଲିକପ୍ଟରର ପଙ୍ଖା ତାରରେ ମାଡ଼ ହୋଇଥିଲା। ବିମାନ ବନ୍ଦରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମୟରେ ହେଲିକପ୍ଟର ପଙ୍ଖା ଆଜବେଷ୍ଟ ଉପରେ ଯାଇଥିବା ତାରରେ ବାଜିଥିଲା। ନିର୍ବାଚନ ପ୍ରଚାରରୁ ପାଟନା ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା।

Share