ମାଲଦ୍ୱୀପର କନେକ୍ଟିଭିଟି ପ୍ରୋଜେକ୍ଟର ନିରିକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ

ମାଲେ,୧୭।୧୧: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ମାଲଦ୍ୱୀପରେ ଭାରତ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏକ ପ୍ରମୁଖ ସଂଯୋଗୀକରଣ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଛନ୍ତି ଯାହା ଦେଶକୁ ଆର୍ଥିକ ଅଭିବୃଦ୍ଧି ଏବଂ ସମୃଦ୍ଧତା ଆଣିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବାକୁ ମାଲଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣରେ ରିଜିଜୁ ଏଠାକୁ ଆସିଛନ୍ତି।
ଗ୍ରେଟର ମାଲେ କନେକ୍ଟିଭିଟି ପ୍ରୋଜେକ୍ଟ (ଜିଏମସିପି) ଅଧୀନରେ ରାଜଧାନୀ ସହର ମାଲେକୁ ଭିଲିଙ୍ଗଲି, ଗୁଲଫିଫାଲୁ ଏବଂ ଥିଲାଫୁସିର ଦ୍ୱୀପପୁଞ୍ଜ ସହିତ ସଂଯୋଗ କରିବା ପାଇଁ ୬.୭୪ କିଲୋମିଟର ଲମ୍ବର ବ୍ରିଜ ଏବଂ କେସୱେ ଲିଙ୍କ ନିର୍ମାଣ କରାଯିବ। ଏହା ୧୦୦ ମିଲିୟନ ଆମେରିକୀୟ ଡଲାର ଅନୁଦାନ ଏବଂ ଭାରତରୁ ୪୦୦ମିଲିୟନ ଆମେରିକୀୟ ଡଲାରର କ୍ରେଡିଟ ଅଧୀନରେ ପ୍ରଦାନ କରାଯାଇଛି।

Share