ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର

କେପଟାଉନ,୧।୬: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଉଥ ଆଫ୍ରିକାରରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭାରୋଭଙ୍କୁ ସାକ୍ଷାତ୍‌ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିଛନ୍ତି। ସୂଚନାଯୋଗ୍ୟ, ବ୍ରିକ୍ସ ସମ୍ମିଳନୀ ଚଳିତ ବର୍ଷ ଅଗଷ୍ଟ ମଧ୍ୟ ଭାଗରେ କେପଟାଉନରେ ଆୟୋଜିତ ହେବ।

ବ୍ରିକ୍ସ ଏଫଏମଏମ ପରେ କେପଟାଉନରେ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଟୁଇଟ କରି କହିଛନ୍ତି। ବ୍ରିକ୍ସ, ଜି-୨୦ ଏବଂ ଏସସିଓ ଦେଶର ନେତାମାନେ ଏହି ଆଲୋଚନାରେ ସାମିଲ ଥିଲେ। ଜୁଲାଇରେ ଭାରତ ଏସସିଓ ଶିଖର ସମ୍ମିଳନୀ ଏବଂ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବ। ଗତ କିଛି ମାସ ଧରି ଅଶୋଧିତ ତୈଳ ଯୋଗୁଁ ଭାରତ ଚାପରେ ରହିଛି। ଯଦିଓ ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରେ, କିନ୍ତୁ ୟୁକ୍ରେନ ସହିତ ଯୁଦ୍ଧ ପରେ ପରିସ୍ଥିତି ତୀବ୍ର ହୋଇଛି। ସୂଚନାଯୋଗ୍ୟ, ଭାରତ ରୁଷିଆରୁ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣୁଛି, ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ଆର୍ଥିକ ବାଣିଜ୍ୟ ଅଧିକ ବୃଦ୍ଧି ପାଇଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଭାରତ ଏପର୍ଯ୍ୟନ୍ତ ରୁଷିଆକୁ ନିନ୍ଦା କରିନାହିଁ। କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ଭାରତ ବର୍ତ୍ତମାନ ସମାଧାନ ପାଇଁ ଜିଦ ଧରିଛି। ଏକ ସାକ୍ଷାତକାର ସମୟରେ ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି।

Share