Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ କରୋନା

ନୂଆଦିଲ୍ଲୀ,୧୯।୧୧-କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଗୁରୁବାର ଗୌଡା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଆଇସୋଲେଶନରେ ଅଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁ ଲୋକମାନେ ଆସିଛନ୍ତି, ସେମାନେ ଦୟାକରି ସତର୍କ ରୁହନ୍ତୁ ଓ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରୋଟୋକଲ ପାଳନ କରନ୍ତୁ ବୋଲି ଗୌଡା କହିଛନ୍ତି। ମୋଦି ସରକାର କ୍ୟାବିନେଟରେ ଗୌଡା କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

Share