Categories: ଜାତୀୟ

କଂଗ୍ରେସ ଏମ୍‌ପିଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଶ୍ନ: ମଣିପୁରରେ ରାହୁଲ ଗାନ୍ଧୀ କେମିତି ନିଆଁ ଲଗାଇଲେ କୁହନ୍ତୁ

ନୂଆଦିଲ୍ଲୀ,୨୭।୭: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଂସଦ ପ୍ରକ୍ରିୟା ସମୟରେ ମଣିପୁର ସମ୍ପର୍କରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀ ମଣିପୁରରେ ହିଂସା ସୃଷ୍ଟି କରିଥିବା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି।
ରାଜ୍ୟ ସଭା ପ୍ରଶ୍ନକାଳରେ ପଶ୍ଚିମବଙ୍ଗର କଂଗ୍ରେସ ଏମ୍‌ପି ଅମି ୟାଗ୍ନିକ ସ୍ମୃତି ଇରାନୀଙ୍କୁ ପଚାରିଥିଲେ ଯେ, ସେ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବେ କି। ଏହି ପ୍ରଶ୍ନରେ ସ୍ମୃତି ଇରାନୀ ରାଗିଯାଇ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ମଣିପୁର, ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ସହ ଘଟୁଥିବା ଘଟଣା ଉପରେ ମହିଳା ମନ୍ତ୍ରୀ ଏବଂ ମହିଳା ରାଜନେତା ଧ୍ୟାନ ଦେବା ଉଚିତ୍‌। ସେ ଏତିକିରେ ଅଟକି ନ ଥିଲେ, ସେ ରାହୁଲ ଗାନ୍ଧୀଙ୍କ ନାମ ନେଇ କହିଥିଲେ ଯେ ରାହୁଲ ଗାନ୍ଧୀ କିପରି ମଣିପୁରକୁ ଯାଇ ସେଠାରେ ଲୋକଙ୍କୁ ନିଆଁ ଲଗାଇଥିଲେ ତାହା ଆପଣ କେବେ କହିବେ?
ସୂଚନାଯୋଗ୍ୟ,ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଛନ୍ତି। ଏହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି।

Share