ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ ଦେଖାଦେବାରୁ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲର ଆଇସିୟୁରେ ଶନିବାର ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।