ସାଧାରଣ ନିର୍ବାଚନକୁ ନେଇ ଏବେଠୁ କେନ୍ଦ୍ରମନ୍ତ୍ରୀଙ୍କ ରଣନୀତି

ଜୁନାଗଡ଼,୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ଓ ବ୍ୟାପାର ମନ୍ତ୍ରୀ ଜନ୍‌ ବାର୍ଲା। ଗୁରୁବାର ଅପରାହ୍ନରେ ସେ ନବରଙ୍ଗପୁର ଜିଲାରୁ କଳାହାଣ୍ଡି ଜିଲା ଅଭିମୁଖେ ବାହାରିଥିଲେ। ରାତି ୯ଟାରେ ସେ ଜୁନାଗଡ଼ ସହରସ୍ଥିତ ଭାଜପା କାର୍ଯ୍ୟାଳୟରେ ପହିଞ୍ଚଥିଲେ। ଏହାପୂର୍ବରୁ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦଳୀୟ କର୍ମକର୍ତ୍ତାଙ୍କୁ ସେ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ।

ଏହି ସମୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ନଗର ସଭାପତି ଶିବରାମ ରାଉତ, ଏମ୍‌ପି ପ୍ରତିନିଧି ଶିବରାମ ରାଉତ, ବକ୍ସିତୁଲସୀପାଲି ସରପଞ୍ଚ ଦିବ୍ୟ ଦୀପ, ବରିଷ୍ଠ ନେତା ସତ୍ୟ ନାରାୟଣ ପଣ୍ଡା, ଶିଶିର ପଟ୍ଟନାୟକ, ବିକାଶ ପଟ୍ଟନାୟକ, କୁବଲେ ପାଣିଗ୍ରାହୀ, ବିକ୍ରାନ୍ତ ପଟ୍ଟନାୟକ, ଶିବ ନିଆଲ, ମନୋଜ ଧଙ୍ଗଡା ମାଝୀ, ବିପୁଲ ବଣିଆ, ନିଖିଲ ଅଗ୍ରୱାଲ, ବଂଶୀଧର ମଶ୍ରା, ପ୍ରଶାନ୍ତ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ କେନ୍ଦ୍ରୀମନ୍ତ୍ରୀ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ।