ରାୟଗଡା ଅଫିସ,୨୦।୮: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି। ମନ୍ତ୍ରୀ ହୀରାଖଣ୍ଡ ଏକ୍ସପ୍ରେସରେ ଯାଇ ସକାଳେ ରାୟଗଡ଼ାରେ ପହଞ୍ଚିଛିଥିଲେ। ସେ ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଛନ୍ତି। ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦର୍ଶନ କରିଥିଲେ। ସେଠାରୁ ସ୍ଥାନୀୟ ହୋଟେଲ ତେଜସ୍ବୀରେ ବିଭିନ୍ନ ସଂଗଠନର ଦାବିପତ୍ର ଗ୍ରହଣକରି। ଜିଲାର ରେଳ ଡିଭିଜନ, ଗୁଣୁପୁର ଥିରୁବାଲି ରେଳ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଦଳ ପକ୍ଷରୁ ଗୁରୁବାରଠାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶକ୍ତି ଦେଖାଇବା ପାଇଁ ଦଳୀୟ ନେତାମାନେ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏଥିରେ ବହୁ ନେତା କର୍ମୀ ସାମିଲ ହୋଇଛନ୍ତି।