Categories: ଜାତୀୟ

ଯବାନଙ୍କ ପାଇଁ ଗୀତ ଗାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୨: କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ସେ ଭାରତୀୟ ଯବାନଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଏକ ଭିଡିଓ ସେ ନିଜ ଟୁଇଟର୍‌ରେ ଶେୟାର କରିଥିଲେ। ସୀମାରେ ଭାରତୀୟ ସେନାର ୬୨ ଇଞ୍ଜିନିୟର ରେଜିମେଣ୍ଟର କର୍ମଚାରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରିଜିଜୁ। ଏହି ଅବସରରେ ରିଜିଜୁ ୧୯୭୩ ଚଳଚ୍ଚିତ୍ର ସଞ୍ଜୟ ଖାନ, ଜିନତ ଅମାନ ଏବଂ ଡାନି ଡେନଜୋଙ୍ଗପାଙ୍କ ଫିଲ୍ମ ‘ଧୁନ୍ଦ’ର ଲୋକପ୍ରିୟ ଗୀତ ସଂସାର କେ କି ହର ସାନେ.. ଗାଇଥିଲେ। ଭିଡିଓ ଶେୟାର କରି ରିଜିଜୁ ଲେଖିଛନ୍ତି, ମୁଁ ଜଣେ ଗାୟକ ନୁହେଁ, କିନ୍ତୁ ମୁଁ ମୋର ସାହସୀ ସୈନିକମାନଙ୍କ ପାଇଁ ଗର୍ବର ସହିତ ଗାଇଥିଲେ ବୋଲି ସେ କହିଥିଲେ।

Share