Categories: ଖେଳ

ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଉଦ୍‍ଘାଟନ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ,୧୧।୯: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଛନ୍ତି । ୧୪ଶହ କ୍ରୀଡ଼ାବିତ୍‍ ଏଥିରେ ଅଂଶଗ୍ରହଣ କରିବେ । ଏହି କ୍ରୀଡ଼ା ୮ଦିନ ଧରି ଚାଲିବ । ଏଥିରେ ୭ଟି ବିଭାଗ ସ୍ଥାନ ପାଇଛି । ଭିନ୍ନକ୍ଷମ କ୍ରୀଡ଼ାବିତ୍‍ମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ା ଆରମ୍ଭ କରାଯାଇଛି । ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍‍ମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

Share