ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବଡଖରିଡା ବାଣନଇ ଗ୍ରାମର ବଣ୍ଟି ବାରିକ (୨୬)। କାଳେଶ୍ବର ପୀଠରେ ଯଜ୍ଞ ଚାଲିଥିବାରୁ ସେଠାକୁ ବଣ୍ଟି ଦେଖିବା ଲାଗି ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି। ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ଘଟଣାର ତଦନ୍ତ କରିଛି। ବଣ୍ଟି ନାମରେ ପୂର୍ବରୁ କବିସୂର୍ଯନଗର ଥାନାରେ ବହୁ ମାମଲା ରହଛି, ଯାହାଦ୍ବାରା ସେ ଗ୍ରାମଛାଡି ଫେରାର ହୋଇଯାଇଥିବା ବେଳେ ରବିବାର ଆସିଥିଲା ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଯାଜପୁର,୨୨ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଭୟଙ୍କର ଆକ୍ସନ ନିଆଯିବ କହିଲେ...

ବନ୍ଦ ହେଲା ପାର୍ସଲ, ଲଗେଜ୍‌ ଟ୍ରାଫିକ୍‌

ଯାଜପୁର,୨୨ା୧୧(ହର୍ଷବର୍ଦ୍ଧନ ବେହେରା): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ଼ ରେଳ ଷ୍ଟେଶନକୁ ଅଣଦେଖା କରୁଥିବା ଅଭିଯୋଗର ସତ୍ୟତା ଏବେ ବାରି ହୋଇ ପଡୁଛି। ଦୀର୍ଘବର୍ଷ ହେଲା...

ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ଠାରେ ଅନୁଷ୍ଠିତ...

ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ

କଟକ,୨୨ା୧୧ (କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ବରଖାସ୍ତ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର...

ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ

ଯାଜପୁର/କାଏମା, ୨୨ା୧୧ (ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି): ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ...

ବାଘକୁ ନେଇ ବିଧାୟକ ବିବ୍ରତ

ବାରିପଦା,୨୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ କବଳରୁ ରକ୍ଷା...

ମଧ୍ୟାହ୍ନଭୋଜନରେ ପୋକ, ଘରକୁ ଫେରିଲେ ଛାତ୍ରୀଛାତ୍ର

କଣାସ/ସାକ୍ଷୀଗୋପାଳ,୨୨।୧୧ (ବିଭୂତି ଭୂଷଣ ତ୍ରିପାଠୀ/ଭରତ ରାଉତ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି।...

ଭଉଣୀ ଘରୁ ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ଭାଇଙ୍କ ଜୀବନ

ନବରଙ୍ଗପୁର ୨୧।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ଅଧୀନ ର୍ଟିଲି ଆମ୍ବଗୁଡା ଛକ ନିକଟରେ ଗୁରୁବାର ସକାଳେ ଓ ସନ୍ଧ୍ୟାରେ ୨ଟି ଦୁର୍ଘଟଣା ଘଟିଛି। ସନ୍ଧ୍ୟାରେ ଘଟିଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri