ରାଞ୍ଚି,୧୭।୨: ଝାଡଖଣ୍ଡ ରାଜଧାନୀ ରାଞ୍ଚିର ସଦର ପୋଲିସ ଷ୍ଟେଶନ ଅଞ୍ଚଳର ତିରିଲ ଟାଉନସିପରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ୨ ସ୍ତ୍ରୀଙ୍କ ସହ ଏକାଠି ରହିବା ପାଇଁ ଏକ ଚୁକ୍ତି କରିଥିଲେ।ଏହି ଚୁକ୍ତିନାମା ପୋଲିସ ମାଧ୍ୟମରେ କରାଯାଇଥିଲା। ମଜା କଥା ହେଉଛି ଏହି ଚୁକ୍ତି ଲିଖିତ ଆକାରରେ କରାଯାଇଥିଲା, ଯାହାର କପି ରାଜେଶ ମହତୋଙ୍କ ୨ ସ୍ତ୍ରୀଙ୍କ ସହିତ ଥିଲା।
ରାଞ୍ଚିର ସଦର ପୋଲିସ ଷ୍ଟେଶନ ଅଞ୍ଚଳର ତିରିଲ ଟାଉନସିପରେ ରହୁଥିବା ରାଜେଶ ମହାତୋ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ସତ୍ତ୍ୱେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଏ ବିଷୟରେ ଜାଣିବା ପରେ ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ଗତ ବର୍ଷ ଜାନୁୟାରୀ ୧୫ରେ ପୋଲିସ ମହତୋ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ପୋଲିସ ଷ୍ଟେଶନକୁ ଆଣିଥିଲା। ଏହା ପରେ ପୋଲିସ ସପ୍ତାହର ପ୍ରଥମ ୩ ଦିନ ପ୍ରଥମ ସ୍ତ୍ରୀ ଏବଂ ବାକି ତିନି ଦିନ ଦ୍ୱିତୀୟ ସ୍ତ୍ରୀ ସହ ରହିବେ, ବାକି ଗୋଟିଏ ଦିନ ମହତୋ ଏକୁଟିଆ ରହିବେ ବୋଲି ଲିଖିତ ଚୁକ୍ତି ହୋଇଥିଲା। ପ୍ରଥମ ସ୍ତ୍ରୀ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀଙ୍କ ପାଖକୁ ପଠାଇ ନ ଥିଲେ। ଦ୍ୱିତୀୟ ସ୍ତ୍ରୀ ଏନେଇ ପୋଲିସ ଷ୍ଟେଶନରେ ମହତୋଙ୍କ ବିରୋଧରେ ଯୌନ ଶୋଷଣର ମାମଲା ରୁଜୁ କରିଥିଲେ। ଏବେ ତାଙ୍କ ସ୍ବାମୀ ଫେରାର ଅଛନ୍ତି।