Posted inଫୁରସତ

ପର୍ଯ୍ୟଟନରେ ‘ଅନନ୍ୟ ଦୁର୍ଗ ଖିମସର୍‌’

ରାଜସ୍ଥାନର ନାଗାଉର୍‌ ଜିଲା ଅନ୍ତର୍ଗତ ଖିଓଁସର୍‌ ଗାଁ ନିକଟରେ ରହିଛି ଏହି ଐତିହାସିକ ଦୁର୍ଗ ଖିମସର୍‌; ଯାହାର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଅଦ୍ଭୁତ ବାସ୍ତୁକଳା ଓ ଭବ୍ୟତା ପାଇଁ ଏହା ରାଜସ୍ଥାନର ସବୁଠାରୁ ସୁନ୍ଦର ଦୁର୍ଗର ମାନ୍ୟତା ବି ପାଇଛି। କେବଳ ସେତିକି ନୁହେଁ ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ଏହି ଦୁର୍ଗଟିକୁ ପରେ ଏକ ହେରିଟେଜ୍‌ ହୋଟେଲ୍‌ରେ ମଧ୍ୟ ପରିଣତ କରି ଦିଆଯାଇଛି। ଯେଉଁଥିପାଇଁ ରାଜକୀୟ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକମାନଙ୍କର ଏଠାରେ ବେଶ୍‌ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି…

ରାଜସ୍ଥାନର ନାଗାଉର୍‌ ଜିଲାରେ ରହିଛି ଅପୂର୍ବ ସୌନ୍ଦର୍ଯ୍ୟଭରା ଏକ ଐତିହାସିକ ଦୁର୍ଗ; ଯାହାର ନାଁ ହେଉଛି ଖିମସର୍‌ ଦୁର୍ଗ। ପର୍ଯ୍ୟଟକଙ୍କ ରୁଚିକୁ ଚାହିଁ କ୍ରମେ ଏହି ଦୁର୍ଗକୁ ଏକ ହେରିଟେଜ୍‌ ହୋଟେଲ୍‌ର ମାନ୍ୟତା ମିଳିଛି; ଯେଉଁଠାରେ ପର୍ଯ୍ୟଟକ ବୁକିଂ କରି ରହିପାରିବେ ଏବଂ ରାଜକୀୟ ଆତିଥେୟର ଭରପୂର ମଜା ନେଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ହେବ। ତେବେ ଏହି ଐତିହାସିକ ଦୁର୍ଗ ବା ହେରିଟେଜ୍‌ ହୋଟେଲ୍‌ରେ କ’ଣ ସବୁ ଖାସ୍‌ ରହିଛି ଆସନ୍ତୁ ଜାଣିବା …

ଖିମସର୍‌ ଦୁର୍ଗର ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଆଜକୁ ପ୍ରାୟ ୫୦୦ ବର୍ଷ ତଳେ ରାଜା ରାଓ କରମଜୀଙ୍କ ଦ୍ୱାରା ଏହି ଦୁର୍ଗଟି କୁଆଡେ ନିର୍ମାଣ କରାଯାଇଥିଲା। ହେଲେ ଏହି ଦୁର୍ଗର ଆକର୍ଷଣୀୟ ବାସ୍ତୁକଳାକୁ ଦେଖି ଅନ୍ୟ ଶତ୍ରୁ ରାଜାମାନଙ୍କର ମଧ୍ୟ ଏହା ପ୍ରତି ଲୋଭ ବଢିଥିଲା। ଯେଉଁଥିପାଇଁ ଅତୀତରେ ଏହି ଦୁର୍ଗକୁ ଅକ୍ତିଆର କରିବାକୁ ନେଇ ଅନେକ ରାଜକୀୟ ଯୁଦ୍ଧ ହୋଇଥିବାର ନଜିର ରହିଛି।

ଖିମସର୍‌ ଦୁର୍ଗର ଆକର୍ଷଣ
ସୂଚନାନୁଯାୟୀ, ପ୍ରାୟ ୧୧ ଏକର ଜମି ଉପରେ କୁଆଡ଼େ ଏହି ଦୁର୍ଗଟି ନିର୍ମିତ ହୋଇଛି। ଏଠାରେ ରହିଛି ଅନେକ ବଡ଼ ବଡ଼ କୋଠରୀ, ଯାହାକୁ ଏବେ ପର୍ଯ୍ୟଟକଙ୍କ ରହଣୀ ନିମନ୍ତେ ଆଲିସାନ୍‌ ରୁମ୍‌ର ରୂପ ଦିଆଯାଇଛି। ତା’ସହିତ ଏହି ଦୁର୍ଗ ଭିତରେ ରହିଛି ଏକ ବଡ଼ ସୁଇମିଂ ପୁଲ, ବାସ୍ତୁକଳାପୂର୍ଣ୍ଣ ଉଚ୍ଚ ଉଚ୍ଚ ଖମ୍ବ, ସୌନ୍ଦର୍ଯ୍ୟପୂର୍ଣ୍ଣ ବଗିଚା, ବଡ଼ ଅଗଣା ତଥା ଆକର୍ଷଣୀୟ ବାସ୍ତୁକଳାରେପୂର୍ଣ୍ଣ ଖୁବ୍‌ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ। ସବୁଠୁ ବଡ଼ କଥା ହେଉଛି ଏହି ଦୁର୍ଗ ଭିତରେ ପ୍ରାୟ ୫୦ ପ୍ରଜାତିର ସୁନ୍ଦର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ; ଯେଉଁମାନଙ୍କର କାକଳି ପର୍ଯ୍ୟଟକଙ୍କୁ ବେଶ୍‌ ଆନମନା କରିଥାଏ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର ଆତିଥେୟରେ ଯେମିତି କିଛି ବି ଅସୁବିଧା ନ ହୁଏ, ସେଥିପାଇଁ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଏଠାକାର କର୍ମଚାରୀଙ୍କୁ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥାଏ। ସେମାନେ ଖୁବ୍‌ ନମ୍ର ଓ ଭଦ୍ରାମୀର ସହ ପର୍ଯ୍ୟଟକଙ୍କର ସବୁ ଭଲମନ୍ଦ କଥା ବୁଝିଥାନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ବି ଶୀତଦିନ ହେଉଛି ଏଥିପାଇଁ ସର୍ବୋତ୍ତମ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ଥାଏ। ତ’ଛଡ଼ା ଏହି ଖିମସର୍‌ ଦୁର୍ଗ ନିକଟରେ ବି ଆହୁରି ଛୋଟବଡ଼ ଅନେକ ଦୁର୍ଗ ରହିଛି; ଯାହାକୁ ପର୍ଯ୍ୟଟକ ବୁଲି ଦେଖି ମଧ୍ୟ ପାରିବେ। ସବୁଠୁ ବଡ଼ କଥା ହେଉଛି ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଓଟ ତଥା ଜିପ୍‌ ସଫାରୀର ମଧ୍ୟ ସୁବିଧା ରହିଛି। ଫଟୋଗ୍ରାଫି ପାଇଁ ବି ଏଠାରେ ଅନେକ ସୁବିଧା ଉପଲବ୍ଧ ଅଛି। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri