Posted inଫୁରସତ

ନିଆରା ମଣିଷ ତ୍ରିନାଥ

ତ୍ରିନାଥ ପଲାଇ, ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ନିଶାରେ ବଡିବିଲ୍ଡର। ତା’ସହ ସେ ଜଣେ ପରିବେଶପ୍ରେମୀ ଓ ସାମାଜିକ କର୍ମୀ ମଧ୍ୟ। ଆଉ ଜଣେ ଆଧ୍ୟାତ୍ମିକ ମଣିଷ, ଯେକି ନିଜର ସମସ୍ତ ସମ୍ପତ୍ତିକୁ ବିକି ତୋଳିଛନ୍ତି୧୨ଟି ମନ୍ଦିର।ସେଇ ନିଆରାବ୍ୟକ୍ତିତ୍ୱଙ୍କସମ୍ପର୍କରେ..

ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ନିଶାରେ ବଡିବିଲ୍ଡର। ଅନେକ ଛାତ୍ରଙ୍କୁ ସେ ମାଗଣାରେ ସୁନ୍ଦର ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ତାଲିମ ପ୍ରଦାନ କରିଥାନ୍ତି। ଭାଗବତ ସେବା ହେଉ କି ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ ଅବା ଗରିବ ପିଲାଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ ଏସବୁ କାମକୁ ସେ କରନ୍ତି ବେଶ୍‌ ହୃଦୟର ସହ। ଅନେକ ପିଲାଙ୍କ ଭବିଷ୍ୟତ ଗଢିଛନ୍ତି। ଉତ୍ତମ ମଣିଷ ଭାବେ ଗଢି ତୋଳିଛନ୍ତି। ଏଥିପାଇଁ ସେ ଜଣେ ଶ୍ରେଷ୍ଠ ଓ ଆଦର୍ଶ ଶିକ୍ଷକରୂପେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ବି ହୋଇଛନ୍ତି। ସେ ହେଲେ ଅବସରପ୍ରାପ୍ତ ଶିକ୍ଷକ ତଥା ବଡିବିଲଡର ତ୍ରିନାଥ ପଲାଇ। ଜନ୍ମ ସ୍ଥାନ ଗଞ୍ଜାମ ଜିଲାର ଆମ୍ବପୁଆରେ। ପିତା- ଆନନ୍ଦ ପଲାଇ ଓ ମା’ ତଅପୋଇ ଦେଇ । ଏବେ ସେ ରହୁଛନ୍ତି କୋରାପୁଟ ଜିଲାର ସୁନାବେଡା ଅଞ୍ଚଳରେ। ସେ କୁହନ୍ତି, ‘୧୯୭୨ମସିହାରୁ କୋରାପୁଟରେ ଅଛୁ। ବାପା ମା’ ସେଇଠି ଚାକିରି କରିଥିବାରୁ ସେଠାରେ ରହିବା ସହ ପାଠପଢ଼ା ବି ହେଲା। ଆଉ ଧୀରେ ଧୀରେ ସେଠାକାର ଶିକ୍ଷା ସଂସ୍କୃତି ସହିତ ବି ଜଡ଼ିତ ହେଲି । ସେତେବେଳେ ଏହି ଅଞ୍ଚଳରେ ଶିକ୍ଷାର ବିଶେଷ ସୁବିଧା ନ ଥିଲା। ତେଣୁ ସେଠାକାର ପିଲାମାନେ କେମିତି ଶିକ୍ଷିତ ହେବେ ସେଇ ଚିନ୍ତା ମତେ ଘାରିଲା। ତେଣୁ କିଛି ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲି । ପରେ ଶିକ୍ଷକତାକୁ ପେସା କଲି। ଏହାବାଦ ଜନସେବା ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କଲି। ଆଖପାଖ ଅଞ୍ଚଳରେ ଚନ୍ଦନ, ବଉଳ, କୃଷ୍ଣଚୁଡ଼ା ଆଦି ବିଭିନ୍ନ ବୃକ୍ଷର ଚାରା ଲଗାଇଲି। ସ୍ବାସ୍ଥ୍ୟ ହିଁ ସଂପଦ ଏକଥା ଛାତ୍ରୀଛାତ୍ରଙ୍କୁ ସବୁବେଳେ କହିଥାଏ। ଏଥିପାଇଁ ଯୋଗାସନ, ଭାରୋତ୍ତଳନ ବଡିବିଲଡିଂରେ ପିଲାଙ୍କୁ ତାଲିମ ଦେବା ଆରମ୍ଭ କଲି। ସୁନାବେଡ଼ା ଅଞ୍ଚଳରେ ଏକ ଜୟ ବଜରଙ୍ଗ ବ୍ୟାୟାମଶାଳା ଗଠନ କଲି। ତାସହ ଗାଁ ଗାଁ ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇଲି। ୧୯୭୯ରେ ମୁଁ ମି.ଇଣ୍ଡିଆ ବିଜେତା ହେବା ସହିତ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲି। ଏହାର ପ୍ରଭାବରେ ବହୁ ଛାତ୍ରଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବା ଲାଗି ଆଗ୍ରହ ପ୍ରକାଶ କଲେ। ମୁଁ ସେମାନଙ୍କୁ ତାଲିମ ଦେଲି। ସୁନ୍ଦର ସ୍ବାସ୍ଥ୍ୟ ଗଠନର ତାଲିମ ଦେଇଥିବା ଯୁବକମାନଙ୍କ ମଧ୍ୟରେ ଘାଷିରାମ ହନ୍ତାଳ, ଘେନୁ କାଡ଼ାମ୍‌, ଜି.ସଞ୍ଜିବ କୁମାର, କୃଷ୍ଣବାର୍ଲିପାଡ଼ିଆ, କାଶୀନାଥ ବିଶ୍ୱାଳ ଆଦି ରାଜ୍ୟ ଓ ଦେଶରେ ଜଣେ ଜଣେ ବଡିବିଲ୍ଡର ଭାବେ ସଫଳତା ପାଇପାରିଛନ୍ତି। ସେମିଳିଗୁଡ଼ାର ଲୋକ ମତେ ମୋ ପରିବାର ପରି ଲାଗନ୍ତି। କାରଣ ସେମାନେ ମୋତେ କୁହନ୍ତି- ଏଇ ପୋଲାଇ ମାଷ୍ଟର, ଆମର ପୁଅ ଓ ଆମ ନାତିମାନଙ୍କର ମାଷ୍ଟର। ସେ ଆମକୁ ପୁରାଣ ପଢ଼ାଇଥିଲା, ନାତିକୁ ବଡିବିଲ୍‌ଡିଂ ଶିଖାଇଲା। ଆମ ଗାଁ ଲୋକଙ୍କୁ ପାଠପଢ଼ାଇଛି, ମଣିଷ କରାଇଛି। ସେମାନଙ୍କଠାରୁ ଏଇ ସବୁ କଥା ଶୁଣିଲେ ମତେ ଲାଗେ ମୋ କର୍ମର ଫଳ ମୋତେ ମିଳି ଗଲା। ଏହାବାଦ ଶିକ୍ଷକଭାବେ ଯେଉଁମାନଙ୍କୁ ପାଠ ପଢ଼ାଇଥିଲି ସେମାନଙ୍କ ମଧ୍ୟରେ କିଏ ରାଜନେତା ତ କିଏ ଇଞ୍ଜିନିୟର ଓକିଲ, ବଡ଼ ଅଫିସର ହୋଇଛନ୍ତି। ଯାହା ମତେ ଆତ୍ମସନ୍ତୋଷ ଦିଏ। ଗୋଟିଏ କଥା ମନେପଡ଼ୁଛି ୧୯୮୧ମସିହା ବାତ୍ୟାରେ ସ୍କୁଲ କାନ୍ଥ ପାଚେରି ଭାଙ୍ଗି ଯାଇଥିଲା। ସେତେବେଳେ କିଛି ଦିନ ପିଲାମାନେ ସ୍କୁଲ ଆସିବା ବନ୍ଦ ହେଇଗଲା, ଯାହା ମତେ ବହୁତ କଷ୍ଟ ଲାଗିଥିଲା। ସେଥିପାଇଁ ନିଜ ଖର୍ଚ୍ଚରେ ସ୍କୁଲର ମରାମତି କରିଥିଲି। ପରେ ଏଥିପାଇଁ ସରକାରୀସ୍ତରରେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଥିଲି। ବନ୍ୟା, ବାତ୍ୟା ସମୟରେ ନିଜ ସାଧ୍ୟମତେ କେତେଜଣ ଗରିବ ଲୋକଙ୍କୁ ଚାଉଳ, ଚୁଡ଼ା, ଲୁଗା ଓ ଔଷଧପତ୍ର ପ୍ରଦାନ କରିଥାଏ। ତା’ସହ ଗରିବ ଲୋକଙ୍କ ବିବାହ ଉତ୍ସବରେ କିଛି ଆର୍ଥିକ ସାହାଯ୍ୟ ବି କରିଛି। ଲୋକଙ୍କୁ କିଛି ସାହାଯ୍ୟ କରିପାରିଲେ ମତେ ଭଗବାନଙ୍କ ସେବା କରିବା ପରି ଅନୁଭବ ହୁଏ। ତେଣୁ ଯେତେବେଳେ ବି ସୁଯୋଗ ମିଳେ ତାକୁ ମୁଁ ହାତ ଛଡା କରିବାକୁ ଚାହେଁନା। ଏତଦ୍‌ବ୍ୟତୀତ ଆଧ୍ୟାତ୍ମିକ ଚେତନା ଦ୍ୱାରା ଅନୁପ୍ରାଣିତ ହୋଇ ସୁନାବେଡ଼ା ବଜାର ନିକଟରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଛି, ଯାହା ପରିସରରେ ୧୨ଟି ସୁଉଚ୍ଚ ଅନ୍ୟ ଦେବୀଦେବତାଙ୍କ ମନ୍ଦିର ବି ଅଛି। ଯେମିତିକି ରାମମନ୍ଦିର, ରାମେଶ୍ୱରଙ୍କ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ଶ୍ରୀସୂଯର୍‌ୟଙ୍କ ମନ୍ଦିର, ନବଗ୍ରହ ଓ ମା’ ନାରାୟଣୀଙ୍କ ମନ୍ଦିର। ମନ୍ଦିର ନିର୍ମାଣ ପାଇଁ ମୁଁ ନିଜର ସମ୍ପତ୍ତିବାଡ଼ି ବିକ୍ରି କରିଦେଇଛି। ଏଇ ମନ୍ଦିର ହିଁ ଏବେ ମୋର ଘର। ଏହାର ଶୀତଳତା ଓ ପବିତ୍ରତା ମୋ ମନକୁ ତୃପ୍ତୀ ପ୍ରଦାନ କରିଥାଏ। ଏହାବାଦ ଗୋ-ସେବା ବି କରିଥାଏ। ଏବେ ମୋର ସାମାଜିକ କାର୍ଯ୍ୟରେ ଅନ୍ୟମାନେ ବି ସହଯୋଗ କରୁଛନ୍ତି। ଏଭଳି ପଥରେ ଗଲାବେଳେ ଅନେକ ସମସ୍ୟା ବି ଆସିଛି । ତଥାପି ଥକି ପଡ଼ିନି, ଆଗେଇ ଚାଲିଛି। ବିଭିନ୍ନ ସ୍ଥାନରୁ ମିଳିଥିବା ସମ୍ମାନ ଓ ପୁରସ୍କାରରୁ ଲୋକଙ୍କର ମୋ ପ୍ରତି ଥିବା ଭଲ ପାଇବାର ପରିଚୟ ମିଳିଥାଏ। ତେବେ ମୋ ପାଇଁ ଅସଲ ପୁରସ୍କାର ହେଉଛି ଗରିବ ମୁହଁରେ ମୋର କୌଣସି କାର୍ଯ୍ୟ ଲାଗି ଫୁଟି ଉଠୁଥିବା ହସ ଅଟେ। ତେଣୁ ମୁଁ ଚାହେଁ ମୋର ସାରା ଜୀବନକୁ ଲୋକଙ୍କ ହିତ ପାଇଁ ବିତେଇ ଦେବି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri