ବେତୁଲ, ୮।୭- ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏଭଳି ଏକ ଖବର ଆସିଛି, ଯାହାକୁ ଶୁଣିଲେ ପ୍ରଥମେ ବିଶ୍ୱାସ ଲାଗିବ ନାହିଁ। ଜଣେ ଯୁବକ ତାଙ୍କର ଦୁଇ ଜଣ ପ୍ରେମିକାଙ୍କୁ ଏକ ସାଙ୍ଗରେ ଗୋଟିଏ ବେଦୀରେ ବିବାହ କରିଛନ୍ତି। ଉଭୟ ପ୍ରେମିକାଙ୍କୁ ସାଥୀରେ ଧରି ଯୁବକ ଜଣଙ୍କ ଅଗ୍ନି ଚାରିପାଖେ ବୁଲିଥିଲେ। ଏହି ବିବାହ ଉତ୍ସବରେ ୩ ଜଣଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ। ରାଜସ୍ଥାନର ଏହି ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ମୁତାବକ କେରିଆ ଗ୍ରାମର ସନ୍ଦୀପ ଉଇକେ ନାମକ ଜଣେ ଯୁବକ ୨ ଜଣ ଯୁବତୀଙ୍କୁ ଏକାସଙ୍ଗେ ଭଲ ପାଉଥିଲେ। ଜଣେ ଯୁବତୀଙ୍କ ଘର ହୋସଙ୍ଗାବାଦ ଜିଲାରେ ହୋଇଥିବାବେଳେ ଘୋଡାଡଙ୍ଗରୀ ତହସିଲର କୋୟଲାରି ଗ୍ରାମର ଆଉ ଜଣେ ଯୁବତୀଙ୍କ ଘର। ତେବେ ଯେତେବେଳେ ଯୁବକଙ୍କ ପରିବାର ଲୋକେ କୋୟଲାରି ଗ୍ରାମର ଯୁବତୀଙ୍କ ସହ ବିବାହ କରିବାକୁ ସ୍ଥିର କରିଥିଲେ ସେତେବେଳେ ବିବାଦ ଦେଖାଦେଇଥିଲା। ହୋସଙ୍ଗାବାଦର ଯୁବତୀଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଏହାପରେ ୩ ପରିବାର ଲୋକେ ଏବଂ ସେମାନଙ୍କ ସମାଜ ଏକାଠି ବସି ଆଲୋଚନା କରିଥିଲେ। ନିଷ୍ପତ୍ତି ମୁତାବକ ଯଦି ଯୁବକ ସହ ୨ ଯୁବତୀ ବିବାହ କରି ଏକାଠି ରହିବାକୁ ରାଜି ତେବେ ସେମାନଙ୍କ ବାହାଘର କରାଯାଉ। ଏହାପରେ ୨ ଯୁବତୀଙ୍କ ମତାମତ ନିଆଯାଇଥିଲା। ଉଭୟ ଯୁବତୀ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ଏହାପରେ ୩ ପରିବାର ଉପସ୍ଥିତିରେ ଯୁବକ ତାଙ୍କର ୨ ପ୍ରେମିକାଙ୍କୁ ଗୋଟିଏ ବେଦୀରେ ବିବାହ କରିଥିଲେ। ଏହି ବିବାର ଏବେ ମଧ୍ୟପ୍ରଦେଶରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।