ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା ଜିନିଷ ମାଗିଥିଲେ। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏପରି ନିଆରା ବିବାହ ଦେଖିବାକୁ ମିଳିଛି ପାଟଣାର କାଳୀ ମନ୍ଦିରରେ। ନା ଏଠାରେ ଥିଲା ବାଜା ବାଣ ରୋଷଣୀ,ନା ଥିଲା ଗାଡ଼ି ଘୋଡ଼ା। ନା ବରଯାତ୍ରୀ। ପରିବାରର କିଛି ସଦସ୍ୟଙ୍କୁ ନେଇ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବରକନ୍ୟା ମନ୍ଦିର ୪ ପଟେ ସାତଫେରା ନେଇ ୧୭ ମିନିଟ୍‌ରେ ବିବାହ କରିଥିଲେ। ଏହି ବିବାହ ଅତ୍ୟନ୍ତ ନିରାଡମ୍ବର ଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କୌଣସି ଯାନି ଯୌତୁକ ମାଗି ନ ଥିଲେ ବର। କେବଳ କନ୍ୟାଙ୍କୁ ରାମାୟଣ ବହିଟିଏ ମାଗିଥିଲେ। ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

କଲାନ ଥାନା ଅନ୍ତର୍ଗତ ସନାୟ ଗାଁରେ ରହୁଥିବା ପୁଷ୍ପେନ୍ଦ୍ର ଗାଁରେ ଏକ ସ୍କୁଲ କରିଛନ୍ତି। ତାଙ୍କର ବିବାହ ହରଦୋଇର ପ୍ରୀତିଙ୍କ ସହ ହୋଇଥିଲା। ତେବେ ପୁଷ୍ପେନ୍ଦ୍ର ଏବଂ ପ୍ରୀତିଙ୍କ ଏହି ନିଆରା ବିବାହ ଏବେ ଚର୍ଚ୍ଚାରେ ରହିଛି।

ସତରେ ଆଜିର ଏହି ମହଙ୍ଗା ଯୁଗରେ ଏପରି ନିଆରା ବିବାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚିତ। ଏହି ବିବାହର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୌତୁକ ପ୍ରଥାକୁ ବନ୍ଦ କରିବା। ପୁଷ୍ପେନ୍ଦ୍ର କହିଛନ୍ତି, ସେ ଯୌତୁକ ବିରୋଧୀ। ତାଙ୍କ ଶ୍ୱଶୁର ଘର ତାଙ୍କୁ ଯୌତୁକ ଦେବାକୁ କହିଥିଲେ ମଧ୍ୟ ସେ ମନା କରିଥିଲେ। ଅତି ବାଧ୍ୟ କରିବାରୁ ସେ କେବଳ ରାମାୟଣ ବହିଟିଏ ଯୌତୁକ ଆକାରରେ ନେବେ ବୋଲି କହିଥିଲେ। ପ୍ରୀତି ଏବଂ ପୁଷ୍ପେନ୍ଦ୍ର କହିଛନ୍ତି, ଅନ୍ୟ ଯୁବତୀ ଯୁବକମାନେ କୌଣସି ଯାନିଯୌତୁକ ନ ନେଇ ତାଙ୍କ ପରି ବିବାହ କଲେ ସମାଜର ମଙ୍ଗଳ ହେବ।

Share