ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ ସହ ନୁହେଁ ବରଂ ଭଗବାନ କୃଷ୍ଣଙ୍କ ସହ କରାଛନ୍ତି।
ଗ୍ବାଲିଅର ଜିଲାର ମୋହାନାର ବାସିନ୍ଦା ଶିଶୁପାଲ ରାଠୋର ଜଣେ ବ୍ୟବସାୟୀ। ତାଙ୍କ ଝିଅ ସୋନଲ ବ୍ରେନ ନର୍ଭ ଡିସ୍ଅର୍ଡର ଭଳି ରୋଗର ଆକ୍ରାନ୍ତ ହୋଇଛନ୍ତି। ତେବେ ଶିଶୁପାଳ ଝିଅ ବିବାହ ଧୂମଧାମରେ କରିବାକୁ ଚାହୁଁଥିଲେ। କିନ୍ତୁ ଅସୁସ୍ଥ ଝିଅକୁ କିଏ ବିବାହ କରିବ ଭାବି ସେ ଭଗବାବନ କୃଷ୍ଣଙ୍କ ସହ ଝିଅ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ବିବାହ ପାଇଁ ସମ୍ପର୍କୀୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ବିବାହରେ ହଳଦୀ, ମେହେନ୍ଦି ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଡିଜେ ବଜାଇ ବରକୁ ସ୍ବାଗତ କରାଯାଇଥିଲା। ବିବାହ ପରେ ସୋନାଲଙ୍କୁ ମନ୍ଦିରରୁ ପଠାଯାଇଥିଲା ଏବଂ ପରେ ସେ ତାଙ୍କ ପିତାଙ୍କ ଘରକୁ ଫେରି ଆସିଥିଲେ। ମାତାପିତା, ଭାଇଭଉଣୀ ତଥା ଅନ୍ୟ ସମସ୍ତ ସମ୍ପର୍କୀୟ ସୋନାଲଙ୍କ ବିବାହରେ ବହୁତ ଖୁସି ଅଛନ୍ତି।