କାଠରେ ତିଆରି ହୋଇଛି ପୁରା ସହର, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଷ୍ଟକହୋମ,୨୫।୧୧: ମଣିଷ ନିଜ ଆବଶ୍ୟକତା ଅନୁଯାୟୀ ପୃଥିବୀରେ ଅନେକ ସୁନ୍ଦର ସହର ଏବଂ କୋଠା ନିର୍ମାଣ କରିଛି। ଏହାର ବଡ ଉଦାହରଣ ହେଉଛି ଦୁନିଆରେ ଅନେକ ଗଗନଚୁମ୍ବୀ ଏବଂ ଚମକପ୍ରଦ ସହର। ଏହାକୁ ଦେଖିବା ପରେ ଯେ କାହାର ବି ଆଖି ଲାଖିଯିବ।

ଆଜି ଯାଏଁ କାଠରେ ନିର୍ମିତ ବିଭିନ୍ନ ଆସବାବପତ୍ର ଓ ବିଭିନ୍ନ ଜିନିଷ ଦେଖିଥିବେ। କେବେ କାଠରେ ତିଆରି ସହର ଦେଖିଛନ୍ତି। ସ୍ବିଡେନର ରାଜଧାନୀ ଷ୍ଟକହୋମରେ ବିଶ୍ୱର ପ୍ରଥମ କାଠର ସହର ନିର୍ମାଣ କରାଯାଉଛି। ଏହି ନିର୍ମାଣ ପଛରେ ଡେନମାର୍କ ଷ୍ଟୁଡିଓ ହେନିଙ୍ଗ ଲାରସେନ ଏବଂ ସୱିଡେନ ଫାର୍ମ ହ୍ବାଇଟ ଆର୍କିଟେକଟରଙ୍କର ହାତ ରହିଛି। ଏହା ବିଶ୍ୱର ବୃହତ୍ତମ କାଠ ସହର ହେବ ବୋଲି ସେ ଦାବି ମଧ୍ୟ କରିଛନ୍ତି।

ଏନେଇ ଠିକାଦାର ଅଟ୍ରିୟମ ଲୁଜବର୍ଗ କହିଛନ୍ତ, ଷ୍ଟକହୋମର ଦକ୍ଷିଣ-ପୂର୍ବରେ ନିର୍ମାଣ ହେବାକୁଥିବା ଏହି ସହର ୨୫୦,୦୦୦ବର୍ଗ କିଲୋମିଟର ଯାଗା ଦଖଲ କରିବ। ଏଥିରେ ୭ହଜାର କାର୍ଯ୍ୟାଳୟ ଏବଂ ୨ହଜାର ଘର ନିର୍ମାଣ ହେବ।
ସହର ନିର୍ମାଣ ପାଇଁ ୪ଶହରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛନ୍ତି। କାଠର ସହର ନିର୍ମାଣ କରିବାକୁ ନେଇ ଆର୍କିଟେକଟରମାନେ କହିଛନ୍ତି, ଷ୍ଟିଲ ଅପେକ୍ଷା କାଠ ବହୁତ ଧୀରେ ଜଳିଯାଏ, ଯାହା ଲିଭାଇବା ସହଜ ଅଟେ। ତେଣୁ ଏହା ଅଧିକ ସୁରକ୍ଷିତ ଅଟେ।

Share