ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ ଅନେକ ଲୋକଙ୍କ ଅକାରଣରେ ଜୀବନ ଚାଲିଯାଉଛି। ଦ୍ରୁତଗତିରେ ଗାଡ଼ିଚାଳନା, ହେଲମେଟ୍‌ ଓ ସିଟ୍‌ ବେଲ୍ଟ ବ୍ୟବହାର ନ କରିବାରୁ ମଧ୍ୟ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଏହାକୁ ଜିଲା ପୋଲିସ ଗୁରୁତ୍ୱ ଦେଇଛି।

କନ୍ଧମାଳ ଏସ୍‌ପି ହରିଶ ବି. ସିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସର ସହଯୋଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଆଇସି ପକ୍ଷରୁ ୫୯ ନଂ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ହେଲମେଟ୍‌ ଓ ସିଟବେଲ୍ଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ସହ ଯେଉଁମାନେ ଏହା ପିନ୍ଧି ନାହାନ୍ତି ସେମାନଙ୍କୁ ହେଲ୍‌ମେଟ୍‌ ବ୍ୟବହାର କରିବା ଓ ସିଟ୍‌ ବେଲ୍ଟ ବ୍ୟବହାର କରିବା ଦ୍ୱାରା କ’ଣ ସବୁ ଫାଇଦା ମିଳିବ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହା ପିନ୍ଧିବା ପାଇଁ ଗୋଲାପ ଫୁଲ ଦେଇ ନିବେଦନ କରାଯାଇଥିଲା। ହେଲମେଟ୍‌ ପିନ୍ଧି ମୂଲ୍ୟବାନ ଜୀବନ ପ୍ରତି ସଚେତନ କରିବାକୁ ନିବେଦନ କରାଯିବା ସହ ୨ ଚକିଆ ଗାଡ଼ିରେ ୨ ଜଣରୁ ଅଧିକ ବସିବାକୁ ବାରଣ କରାଯିବା ସହ ଦ୍ରୁତ ଗତି ଚାଳନାକୁ ବାରଣ କରାଯାଇଛି।


ସେହିପରି ଚାରିଚକିଆ ଗାଡ଼ି ଚଲାଇବା ବେଳେ ସିଟ୍‌ବେଲ୍ଟ ବ୍ୟବହାର କରିବା ସହ ଗାଡ଼ି କାଗଜପତ୍ର ନିଜ ନିକଟରେ ରଖିବା, ମଦ୍ୟପାନ କରି, ମୋବାଇଲ ଧରି ଗାଡ଼ି ନ ଚଳାଇବାକୁ ନିବେଦନ କରାଯାଇଛି। ଆଗ ଗାଡିଠାରୁ ପ୍ରାୟ ୨୫ ଫୁଟ ଦୂରତାରେ ରହିବା, ଗାଡ଼ିର ଗତି ୪୦ରୁ ଅଧିକ ନ ଯିବା, ବୁଲାଣି ଓ ଓଭରଟେକ୍‌ କରିବା ସମୟରେ ହର୍ଣ୍ଣ ବଜାଇବା, ଗୋରୁ, ଛୋଟ ପିଲା ଓ ମାନସିକ ଅନଗ୍ରସର ବ୍ୟକ୍ତିମାନେ ବୁଲୁଥିବା ସମୟରେ ଧ୍ୟାନ ଦେଇ ଗାଡ଼ି ଚଲାଇବା, ୨ ଚକିଆ ଗାଡ଼ିରେ ୨ ଜଣ ଯାତ୍ରା ସମୟରେ ୨ ଜଣଯାକ ହେଲମେଟ୍‌ ବ୍ୟବହାର କରିବା ପାଇଁ ନିବେଦନ କରାଯାଇଛି। ଚକ୍ରଧର ମହାରଣା, ରାକେଶ ସାହୁ, ମୃତ୍ୟୁଞ୍ଜୟ ମୁଦୁଲି,କବି ଭଟ,ଗଦାଧର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଚେତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ 

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ ): ସାମାନ୍ୟ ଝିପିଝିପି ବର୍ଷାରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ। ଏଭଳି ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି...

ଭାଜପା ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ରାଇକିଆ,୧୪।୪(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପା ତରଫରୁ ବନ ଦୁର୍ଗା କଲ୍ୟାଣ ମଣ୍ଡପଠାରେ ସୋମବାର ବାବା ସାହେବ ଭୀମରାଓ ଆମ୍ବେଡକରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ମଣ୍ଡଳ...

ଜିଲାପାଳଙ୍କୁ ଝୁରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ: ସ୍କୁଟିରେ ବୁଲି ଲୋକଙ୍କ ବୁଝୁଥିଲେ ସମସ୍ୟା

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ):କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡିର ଏକାଧିକ ଦୁର୍ଗମ ଅଞ୍ଚଳବାସୀ। ସେ ଆଉ ଅଞ୍ଚଳରେ ଜଣେ ସାଧାରଣ ମଣିଷ ଭଳି...

ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ବାଲିଗୁଡା,୧୪।୦୪,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି...

ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ପଣା ବଣ୍ଟନ

ରାଇକିଆ,୧୪।୪,(ପ୍ରଦୀପ ବେହେରା): ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ପାଇଁ କନ୍ଧମାଳ ଜିଲା ରାଇକିଆ ବିଶ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ...

ପଣା ସଂକ୍ରାନ୍ତିରେ ସ୍କୁଲ ପିଲା ବାଣ୍ଟିଲେ ପାଣି ସହ ପାରମ୍ପରିକ ପଣା

ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

ଶାଗୁଆନ କାଠ ଚୋରା ଚାଲାଣ ଉଦ୍ୟମ, ଜବତ କଲା ଜଙ୍ଗଲ ଓ ପରିବେଶ ବିଭାଗ

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା କରଡ଼ା ରେଞ୍ଜ ଅଧୀନରେ ଥିବା ରଣବା ସେକ୍ସନର ଘାଟି ଖାରିଗୁଡ଼ା ଅଞ୍ଚଳରେ ଚାଲାଣ ପାଇଁ ଉଦ୍ୟମ ହେଉଥିବା ୨୭ଖଣ୍ଡ ଶାଗୁଆନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image