
ବାଲେଶ୍ବର,୬।୪: ଆଜି ପବିତ୍ର ରାମନବମୀ। ସବୁଠି ଉତ୍ସବମୁଖର। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।
ଏହି ପରିପ୍ରେକ୍ଷୀରେ ବାଲେଶ୍ବରରେ ଶାନ୍ତି ଶୃଙ୍ଖଳାର ସହ ଶ୍ରୀରାମନବମୀ ଉପଲକ୍ଷେ ବାଇକ୍ ଶୋଭାଯାତ୍ରା ବାହାରିଛି। ଶୋଭାଯାତ୍ରା ବେଳେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି ସହର। ହଜାର ହଜାର ଯୁବକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଶୋଭାଯାତ୍ରାରେ ଜୟ ଶ୍ରୀରାମଙ୍କ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ସହର।
ହେଲେ ବାଲେଶ୍ବର ଅରଡ ବଜାରରେ ଦେଖିବାକୁ ମିଳିଛି ନିଆରା ଭାଇଚାରା ପରମ୍ପରା। ମୁସଲମାନ ସମ୍ପ୍ରଦାୟର ଲୋକେ ରାସ୍ତାର ଉଭୟ ପାଶର୍ବରେ ଠିଆହୋଇ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇ ଲୋକଙ୍କ ଉପରେ ଫୁଲ ପକାଇଥିଲେ। ଯାହା ବାଲେଶ୍ବରରେ ଥିବା ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଥିବା ଭାଇଚାରାର ବାର୍ତ୍ତା ବହନ କରିଛି।