ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ନିଜର ବୃତ୍ତି ଓ ବ୍ରତକୁ ଜାରି ରଖିଛନ୍ତି। ଏକାଧାରରେ ସେ ଜଣେ ପାଲା ବାୟକ, କବି, ବନଷୌଧି ସେବକ, ସାମାଜିକ କର୍ମୀ ଓ ଭାଗବତ ପ୍ରଚାରକ ଭାବେ ଜଣାଶୁଣା। ନିଜର କଳା ଓ ଲେଖା ପାଇଁ ଅନେକ ସ୍ଥାନରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ଗ୍ରାମର ଏହି ପ୍ରତିଭାଧାରୀ ବ୍ୟକ୍ତି ଜଣକ ହେଲେ ଫକୀର ଦାସ ଓ ମାତା ପାଞ୍ଚାଳି ଦାସଙ୍କ ମଧ୍ୟମ ପୁତ୍ର ପ୍ରସନ୍ନ କୁମାର ଦାସ(୬୦)।
ମାଟ୍ରିକ ପରୀକ୍ଷା ଦେବାପରେ ପ୍ରସନ୍ନ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀରେ ଗାୟକଭାବେ ଯୋଗଦେଇଥିଲେ। ନିଜ କଳା ମାଧ୍ୟମରେ ଜିଲା ଓ ଜିଲା ବାହାରେ ଅନେକ ନାମଯଜ୍ଞରେ ନାମ ଗାନକରି ଖୁବ୍‌ ପ୍ରଶଂସିତ ହୋଇଥିଲେ। ପରେ ଗୁରୁ କରୁଣାକର ବାରିକଙ୍କ ନିର୍ଦ୍ଦେଶନାରେ ସତ୍ୟ ନାରାୟଣ ପାଲା ଶିକ୍ଷା କରିଥିଲେ। ଏଥିସହ ବାୟକ ଗୁରୁ ମଦନ ମୋହନ ପାତ୍ର ଓ ଗୁରୁ ଶଙ୍ଖାଳି ଚରଣ ବାରିକଙ୍କଠାରୁ ମୃଦଙ୍ଗ ବାଦ୍ୟ ଶିକ୍ଷା ଲାଭ କରି ଓଡ଼ିଶାର ଖ୍ୟାତନାମା ଗାୟିକା ଓ ଗାୟକମାନଙ୍କ ପାଲା ଦଳରେ ମୃଦଙ୍ଗ ବାଦ୍ୟ ପରିବେଷଣ କରିଛନ୍ତି। ଅଦ୍ୟାବଧି ବରିଷ୍ଠ ଗାୟକ ଅଚ୍ୟୁତଶ୍ରୀ ଲୋକନାଥ ସାହୁଙ୍କ ପାଲା ଦଳରେ ବାଦ୍ୟ ପରିବେଷଣ କରିଆସୁଛନ୍ତି। ତାଙ୍କର ବାଦ୍ୟ କଳା ପାଇଁ ୨୦୧୮ରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ପଳାଶପଙ୍ଗା କେନ୍ଦୁଝର ଦ୍ୱାରା ଆମ ଗୁରୁକୁଳ ପ୍ରତିଭା ସମ୍ମାନ ଉତ୍ସବରେ ‘ବାୟକ ସୌରଭ’ ଓ ସ୍ଥାନୀୟ ସାହାଡ଼ାପୁର ଗ୍ରାମର ଗୁରୁକୁଳ ଗାୟକ ନରୋତ୍ତମ ଦେହୁରୀଙ୍କ ଜୟନ୍ତୀ ଉତ୍ସବରେ ୨୦୧୧ରେ ବଜରଙ୍ଗ କ୍ଲବ୍‌ର ସଭ୍ୟମାନଙ୍କ ଦ୍ୱାରା ‘ବାୟକ ପ୍ରବର’ ଉପାଧିରେ ସମ୍ମାନିତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇନାଚ ଦଳରେ ବାଦ୍ୟ ପରିବେଷଣ କରିବା ସହିତ ସରକାରଙ୍କର ବିଭିନ୍ନ ସଚେତନତା ନାଟକ, ପଲ୍ଲୀ ଡୁଏଟ, ଚଉପଦୀ ଓ ଅନେକ ଦେବଦେବୀଙ୍କ ଭଜନ ଜଣାଣ ଲେଖି ବହୁ ଚର୍ଚ୍ଚିତ ହୋଇଛନ୍ତି। ତାଙ୍କ ରଚିତ ‘ମହା ମୁକାବିଲା’, ‘କନ୍ୟାରତ୍ନ’, ‘ଶିଶୁ ଶ୍ରମିକ ଓ ବାଲ୍ୟବିବାହ ମୁକ୍ତ’, ‘ଜଙ୍ଗଲ ସୁରକ୍ଷା’, ‘ହାତୀ ସୁରକ୍ଷା’, ‘ସ୍ତନ୍ୟପାନ’, ‘ସ୍ବାସ୍ଥ୍ୟ ରକ୍ଷା, ସ୍ବାସ୍ଥ୍ୟ ବୀମା’, ‘କାଳିଆ ଯୋଜନା’, ‘ବନ ପ୍ରକଳ୍ପ’, ‘ଆଶୀର୍ବାଦ’ ଆଦି ସଚେତନତା ନାଟକ କଣ୍ଢେଇ ନାଚ ଦ୍ୱାରା ପରିବେଷଶ ହୋଇ ଖୁବ୍‌ ପ୍ରଶଂସା ସାଉଣ୍ଟିଛି। ୨୦୧୦ଠାରୁ ଓଡ଼ିଶା ଓ ତାମିଲନାଡୁର ବହୁ ପ୍ରତିଷ୍ଠିତ ବନଷୌଧି ଶିକ୍ଷାନୁଷ୍ଠାନରେ ଗୁରୁ ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତଙ୍କଠାରୁ ତାଲିମ ପାଇ ଅଦ୍ୟାବଧି କେନ୍ଦୁଝର ବନଷୌଧି ସେବାକେନ୍ଦ୍ରରେ ସେବା ଜାରି ରଖିଛନ୍ତି। ଏହା ସହିତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଯୋଗଦେଇ ସେବାକାର୍ଯ୍ୟରେ ମଧ୍ୟ ସମୟ ବିତାଉଛନ୍ତି। ଏଥିସହ ସେ କେନ୍ଦୁଝର ଭାଗବତ ପ୍ରଚାର ପ୍ରସାର ସମିତି(ସଦର -୧)ର ସଭାପତି ଦାୟିତ୍ୱ ଗ୍ରହଣ କରି ଗ୍ରାମଗୁଡ଼ିକରେ ଭାଗବତ ଟୁଙ୍ଗି ସ୍ଥାପନ ସହିତ ଭାଗବତ ପ୍ରଚାର ପ୍ରସାର ଜାରି ରଖିଛନ୍ତି। ଠାକୁରଙ୍କ ପ୍ରଚାର ଓ ମାନବ ସେବା ଦ୍ୱାରା ଅନେକ ଶାନ୍ତି ଲାଭ କରୁଥିବା ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨୭ା୧୦: ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ଅମାନିଆଙ୍କୁ ସାବାଡ୍‌ କରିବ ପୋଲିସ, ପିନ୍ଧିବ ବଡି କ୍ୟାମେରା

ଭୁବନେଶ୍ୱର,୨୭ା୧୦: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri