Categories: ବାଣିଜ୍ୟ

ୟୁନିକ୍‌ ଟିଭିଏସ୍‌ର ନ୍ୟୁ ସର୍ଭିସ୍‌ ସେଣ୍ଟର

ରାଉରକେଲା,୧୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୫ସ୍ଥିତ ବେଦି ବିଲ୍ଡିଂରେ ଟିଭିଏସ୍‌ କମ୍ପାନୀର ଶୋ’ରୁମ୍‌ ଏବଂ ଦ୍ୱିତୀୟ ୟୁନିକ ସେବା କେନ୍ଦ୍ର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଟିଭିଏସ୍‌ ୟୁନିଟ୍‌ର ମୁଖ୍ୟ ଜ୍ୟୋତିଷ ସ୍ବରୂପ ଅୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କମ୍ପାନୀର ଜାତୀୟ ବିକ୍ରି ମୁଖ୍ୟ ଅଜୟ ଗୁପ୍ତା, ଏଏସ୍‌ଏମ୍‌ ଆଶିଷ ଯଶଓ୍ବାଲଙ୍କ ସମେତ ଇମା ଏକ୍କା, ସନ୍ଧ୍ୟା ଲାକ୍ରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ରାଉରକେଲା ଟିଭିଏସ୍‌ ୟୁନିଟ୍‌ର ମୁଖ୍ୟ ଅୟର ସୂଚନା ଦେଇ କହିଥିଲେ, ଏଠାରେ କମ୍ପାନୀର ମୋପେଡ୍‌, ବାଇକ୍‌ ଓ ସ୍କୁଟି ଚାଳକଙ୍କୁ ସମସ୍ତ ପ୍ରକାରର ସେବା ପ୍ରଦାନ କରାଯିବ। ଏହି କେନ୍ଦ୍ର ମାଧ୍ୟମରେ ସହରର ଟିଭିଏସ୍‌ କମ୍ପାନୀ ଗାଡ଼ି ଚାଳକମାନଙ୍କୁ ଉତ୍କୃଷ୍ଟ ସେବା ଓ ସୁବିଧା ପ୍ରଦାନ କରିବ। ଏଥିସହ ମନ୍‌ସୁନ୍‌ ଅଫରରେ କମ୍ପାନୀ ପକ୍ଷରୁ ମେଗା ଏକ୍ସଚେଞ୍ଜ୍‌ ମେଳା ମାଧ୍ୟମରେ ପୁରୁଣା ୨ଚକିଆ ବାଇକ ଏକ୍ସଚେଞ୍ଜ୍‌ ସୁଯୋଗ ପ୍ରଦାନ କରାଯିବ। ସେକ୍ଟର-୫ ବେଦି ବିଲ୍ଡିଂସ୍ଥିତ ୟୁନିଟ୍‌ ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ମିନିଟ ଯାଏ ଖୋଲା ରହିବ ବୋଲି ଅୟର ସୂଚନା ଦେଇଥିଲେ।

Share