Posted inଫୁରସତ

ନିଆରା ଗାଁ, ଯେଉଁଠି କାହାର କିଛି ମନେ ରହେ ନାହିଁ

ଆଜିକାଲି ଲୋକଙ୍କ ପାଖରେ ଏତେ କାମ ଯେ, ସେମାନଙ୍କୁ ଅନେକ ଜିନିଷ ମନ ଭିତରେ ରଖିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ କିଛି ଭୁଲିଯିବା ବଡ଼ କଥା ନୁହେଁ। ତଥାପି ଭୁଲିଯିବାର ଏହି ଅଭ୍ୟାସ ବା ରୋଗ ବ୍ୟକ୍ତିର ଜୀବନକୁ ବହୁତ ପ୍ରଭାବିତ କରିଥାଏ। ଥରେ ଭାବିଲେ ଯଦି ଗୋଟିଏ ଗାଁର ସମସ୍ତ ଲୋକ ଯଦି ସବୁକିଛି ଭୁଲିଯାଆନ୍ତି ତେବେ କେମିତି ଚଳୁଥିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

यहां रहने वाले लोगों को कुछ भी याद नहीं रहता. (Credit- Canva)

ଏପରି ଏକ ଗାଁ ଫ୍ରାନ୍ସରେ ରହିଛି। ଯାହା ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠାରେ ଲୋକମାନେ କିଛି ମନେ ରଖନ୍ତି ନାହିଁ। ନା ସେମାନେ ନିର୍ଦ୍ଦେଶନାମା ମନେ ରଖିପାରନ୍ତି ନା ଦୋକାନ ବାକି। ଏଭଳି ପରିସ୍ଥିତିରେ ଏଠାରେ ସବୁକିଛି ମାଗଣାରେ ଦିଆଯାଏ।

Tips for Caregivers and Families of People With Dementia

ଲାଣ୍ଡେସ ନାମକ ଏହି ଗାଁର ପ୍ରତ୍ୟେକ ନାଗରିକ ଆମେନସିଆ ଅର୍ଥାତ୍‌ ଡିମେନ୍ସିଆରେ ପୀଡ଼ିତ। ଏଠାରେ ବୟସ୍କ ନାଗରିକଙ୍କ ବୟସ ୧୦୨ବର୍ଷ ହୋଇଥିବାବେଳେ କନିଷ୍ଠ ବ୍ୟକ୍ତି ୪୦ ବଷ। ଡିମେନ୍ସିଆରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହି ଗାଁ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି, ଯେଉଁମାନେ ଛୋଟ ଏବଂ ବଡ଼ ଜିନିଷ ଭୁଲିଯାଆନ୍ତି। ଏହି ପରୀକ୍ଷାମୂଳକ ଗ୍ରାମ ବୋର୍ଡୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ତତ୍ତ୍ୱାବଧାନରେ ରହିଥାଏ, ଯେଉଁମାନେ ୬ ମାସ ପରେ ପରିଦର୍ଶନ କରିବାକୁ ଆସନ୍ତି ଏବଂ ଲୋକଙ୍କ ଅଗ୍ରଗତି ଯାଞ୍ଚ କରନ୍ତି। ଏଠାରେ ସମୁଦାୟ ୧୨୦ ଲୋକ ବାସ କରନ୍ତି ଏବଂ ସମାନ ସଂଖ୍ୟକ ଡାକ୍ତରୀ ବୃତ୍ତିଗତ।

Care for Dementia Patients at Home -One Life

ଏଠାରେ ରହୁଥିବା ଲୋକଙ୍କ ପାଖରେ ଟଙ୍କା ରଖିବା ପାଇଁ କୌଣସି ଆବଶ୍ୟକତା ନାହିଁ। ଗାଁ ଛକ ନିକଟରେ ଏକ ସାଧାରଣ ଦୋକାନ ଅଛି, ଯେଉଁଠାରେ ସମସ୍ତ ଜିନିଷ ମାଗଣାରେ ଉପଲବ୍ଧ। ଦୋକାନ ସହିତ ରେଷ୍ଟୁରାଣ୍ଟ, ପ୍ରେକ୍ଷାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଲୋକମାନେ ଅଂଶଗ୍ରହଣ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ଏହି ଗାଁର ବାସିନ୍ଦାଙ୍କ ପରିବାର ଏଠାରେ ରହିବା ପାଇଁ, ୩ ୨୪,୩୦୦ ଅର୍ଥାତ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ଦେବେ। ଫ୍ରାନ୍ସର ସ୍ଥାନୀୟ ସରକାର ମଧ୍ୟ ଏଥିପାଇଁ ୧୭୯ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

ପାଟନା: ଏନ୍‌ଆଇଟି ପାଟନାର ୨୦୨୪ ବ୍ୟାଚ୍‌ ଛାତ୍ର ତପଲା ନାଦ୍‌ମୁନି ଏକ ବଲ୍‌ପଏଣ୍ଟ କଲମର କିଛି ଅଂଶକୁ ବ୍ୟବହାର କରି ବିଶ୍ବର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର...

୬.୭୪ ଫୁଟ ଉଚ୍ଚ ଆଇଫୋନ୍‌

ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍‌ ମଧ୍ୟରୁ ଆଇଫୋନ୍‌ ଅନ୍ୟତମ। ଆଇଫୋନ୍‌ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ...

ଏତେ ବଡ଼ ସୋଫା, ଦେଖିଲେ..

ସୋଫା ତ ପ୍ରାୟ ସମସ୍ତଙ୍କ ଘରେ ଥାଏ। ହେଲେ ଏମିତି ସୋଫା କେହି କେବେ ଦେଖି ନ ଥିବେ। କାରଣ ଏ ସୋଫା ଏତେ ବଡ଼...

ପ୍ରାଣୀଙ୍କ ପ୍ରେମରେ ଶରୀରକୁ ବି ପ୍ରାଣୀଙ୍କ ଭଳି ….

ସୁପର୍‌ ମ୍ୟାନ, ସ୍ପାଇଡର ମ୍ୟାନ, ବ୍ୟାଟ ମ୍ୟାନ୍‌ ଆଦି କାଳ୍ପନିକ ଚରିତ୍ରମାନଙ୍କ ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ପ୍ୟାରୋଟ୍‌ ମ୍ୟାନ, ଲିଜାର୍ଡ ମ୍ୟାନ,...

ପ୍ରଥମ ରୋଜଗାରରେ ମିଳିଥିଲା ୨୫ ଟଙ୍କାର ଚେକ୍‌: ପରେ ତାକୁ ନେଇ…

ଏକ କୁଳୀନ ବ୍ରାହ୍ମଣ ପରିବାରର ମୁଁ ଥିଲି ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଷଷ୍ଠ ସନ୍ତାନ। ମୋ ଉପରେ ଦୁଇ ଭାଇ ଓ ତିନି ଭଉଣୀ...

୧୯୯୯ ମହାବାତ୍ୟାର ବିଭୀଷିକା କଲା ଆନ୍ଦୋଳିତ, ଗଛ ପ୍ରେମରେ ପଡ଼ି…

୧୯୮୪ରେ କୁଳମଣି ଶିକ୍ଷକ ଚାକିରି ଜୀବନ ଆରମ୍ଭ କରିଥିଲେ। କର୍ମ ଜଞ୍ଜାଳରେ ବ୍ୟସ୍ତ ରହିଥିବା ବେଳେ ୧୯୯୯ର ମହାବାତ୍ୟାରେ ଅନେକ ବଡ଼ ବଡ଼ ବୃକ୍ଷଲତା ଉପୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri