Categories: ଫୁରସତ

ନିଆରା ଗାଁ, ଯେଉଁଠି କାହାର କିଛି ମନେ ରହେ ନାହିଁ

ଆଜିକାଲି ଲୋକଙ୍କ ପାଖରେ ଏତେ କାମ ଯେ, ସେମାନଙ୍କୁ ଅନେକ ଜିନିଷ ମନ ଭିତରେ ରଖିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ କିଛି ଭୁଲିଯିବା ବଡ଼ କଥା ନୁହେଁ। ତଥାପି ଭୁଲିଯିବାର ଏହି ଅଭ୍ୟାସ ବା ରୋଗ ବ୍ୟକ୍ତିର ଜୀବନକୁ ବହୁତ ପ୍ରଭାବିତ କରିଥାଏ। ଥରେ ଭାବିଲେ ଯଦି ଗୋଟିଏ ଗାଁର ସମସ୍ତ ଲୋକ ଯଦି ସବୁକିଛି ଭୁଲିଯାଆନ୍ତି ତେବେ କେମିତି ଚଳୁଥିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଏପରି ଏକ ଗାଁ ଫ୍ରାନ୍ସରେ ରହିଛି। ଯାହା ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠାରେ ଲୋକମାନେ କିଛି ମନେ ରଖନ୍ତି ନାହିଁ। ନା ସେମାନେ ନିର୍ଦ୍ଦେଶନାମା ମନେ ରଖିପାରନ୍ତି ନା ଦୋକାନ ବାକି। ଏଭଳି ପରିସ୍ଥିତିରେ ଏଠାରେ ସବୁକିଛି ମାଗଣାରେ ଦିଆଯାଏ।

ଲାଣ୍ଡେସ ନାମକ ଏହି ଗାଁର ପ୍ରତ୍ୟେକ ନାଗରିକ ଆମେନସିଆ ଅର୍ଥାତ୍‌ ଡିମେନ୍ସିଆରେ ପୀଡ଼ିତ। ଏଠାରେ ବୟସ୍କ ନାଗରିକଙ୍କ ବୟସ ୧୦୨ବର୍ଷ ହୋଇଥିବାବେଳେ କନିଷ୍ଠ ବ୍ୟକ୍ତି ୪୦ ବଷ। ଡିମେନ୍ସିଆରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହି ଗାଁ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି, ଯେଉଁମାନେ ଛୋଟ ଏବଂ ବଡ଼ ଜିନିଷ ଭୁଲିଯାଆନ୍ତି। ଏହି ପରୀକ୍ଷାମୂଳକ ଗ୍ରାମ ବୋର୍ଡୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ତତ୍ତ୍ୱାବଧାନରେ ରହିଥାଏ, ଯେଉଁମାନେ ୬ ମାସ ପରେ ପରିଦର୍ଶନ କରିବାକୁ ଆସନ୍ତି ଏବଂ ଲୋକଙ୍କ ଅଗ୍ରଗତି ଯାଞ୍ଚ କରନ୍ତି। ଏଠାରେ ସମୁଦାୟ ୧୨୦ ଲୋକ ବାସ କରନ୍ତି ଏବଂ ସମାନ ସଂଖ୍ୟକ ଡାକ୍ତରୀ ବୃତ୍ତିଗତ।

ଏଠାରେ ରହୁଥିବା ଲୋକଙ୍କ ପାଖରେ ଟଙ୍କା ରଖିବା ପାଇଁ କୌଣସି ଆବଶ୍ୟକତା ନାହିଁ। ଗାଁ ଛକ ନିକଟରେ ଏକ ସାଧାରଣ ଦୋକାନ ଅଛି, ଯେଉଁଠାରେ ସମସ୍ତ ଜିନିଷ ମାଗଣାରେ ଉପଲବ୍ଧ। ଦୋକାନ ସହିତ ରେଷ୍ଟୁରାଣ୍ଟ, ପ୍ରେକ୍ଷାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଲୋକମାନେ ଅଂଶଗ୍ରହଣ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ଏହି ଗାଁର ବାସିନ୍ଦାଙ୍କ ପରିବାର ଏଠାରେ ରହିବା ପାଇଁ, ୩ ୨୪,୩୦୦ ଅର୍ଥାତ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ଦେବେ। ଫ୍ରାନ୍ସର ସ୍ଥାନୀୟ ସରକାର ମଧ୍ୟ ଏଥିପାଇଁ ୧୭୯ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି।

Share