୧୦ ମିନିଟରେ ହଠାତ୍‌ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ, ରାସ୍ତା ବଦଳାଇ ପହଞ୍ଚିଲା ବିମାନବନ୍ଦରରେ

ନଓ୍ବୋର୍କ,୧୫।୯: ଆମେରିକାର ଏକ ବିମାନ ସହ ନିକଟରେ ଏକ ଭୟାନକ ଘଟଣା ଘଟିଥିଲା। ନ୍ୟୁ ଜର୍ସିର ନଓ୍ବୋର୍କ ବିମାନବନ୍ଦରରୁ ଏକ ୟୁନାଇଟେଡ ଏୟାରଲାଇନ୍ସର ବିମାନ ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସିଗଲା। କେବଳ ଏତିକି ନୁହେଁ, ଶହ ଶହ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଏତେ ତଳକୁ ଆସିବା ପରେ ହଠାତ୍‌ ନିଜ ପଥରୁ ଫେରି ବା ପଥ ବଦଳାଇ ଯାତ୍ରୀମାନଙ୍କୁ ନଓ୍ବୋର୍କ ବିମାନ ବନ୍ଦରକୁ ନେଇଗଲା।
ବୋଇଙ୍ଗ ୭୭୭ ବିମାନରେ ୨୭୦ ଯାତ୍ରୀ ଏବଂ ୪୦ କ୍ୟାବିନ କ୍ରୁ ଥିଲେ। ଫ୍ଲାଇଟ ଆୱାର୍‌ ତଥ୍ୟକୁ ଦର୍ଶାଇ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ନଓ୍ବୋର୍କରୁ ଟୋମ ପର୍ଯ୍ୟନ୍ତ ବିମାନଟି ନଓ୍ବେର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାତି ୮ଟା ୩୭ରେ ଟେକ୍‌ଅଫ କଲା ଏବଂ ମଧ୍ୟରାତ୍ରିରେ ଅର୍ଥାତ୍‌ ୧୨ଟା ୨୭ରେ ବିମାନ ବନ୍ଦରରେ ଅବତରଣ କଲା।
କ୍ୟାବିନ ଚାପ ହ୍ରାସ ହେତୁ ବିମାନକୁ ନଓ୍ବୋର୍କକୁ ଫେରିବାକୁ ପଡିଲା ବୋଲି ଏୟାରଲାଇନ୍ସ ଏକ ବୟାନ ଜାରି କରିଛି। ଏୟାରଲାଇନର ପ୍ରବକ୍ତା କହିଛନ୍ତି ଯେ ବିମାନଟି ନିରାପଦରେ ପହଞ୍ଚିଛି ଏବଂ କ୍ୟାବିନ ଚାପର କୌଣସି କ୍ଷତି ହୋଇ ନାହିଁ। ଫେଡେରେସନ ଆଭିଏସନ ଆଡମିନିଷ୍ଟ୍ରେସନ ମଧ୍ୟ ଚାପ ପ୍ରସଙ୍ଗକୁ ସ୍ବୀକାର କରି କହିଛି ଯେ କ୍ୟାବିନରେ ଚାପର ଅଭାବ ପାଇଲଟଙ୍କୁ ବିମାନକୁ ବଦଳାଇବାକୁ ବାଧ୍ୟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସୁଇଚ ଅପ ହେଲା, ବିମାନଟି ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସି ଆସିଲା।

Share