ସିକଲ ସେଲ ପାଇଁ ଜିନ ଥେରାପି ଚିକିତ୍ସାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହେଲା ବ୍ରିଟେନ

ଲଣ୍ଡନ,୧୬।୧୧: ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ବ୍ରିଟେନରେ ଏହି ଗୁରୁତର ରୋଗରେ ପୀଡିତ ହଜାର ହଜାର ଲୋକଙ୍କୁ ଆରାମ ପ୍ରଦାନ କରିପାରିବ।

ଗୁରୁବାର ଏକ ବୟାନରେ ଔଷଧ ନିୟାମକ ଏମଏଚଆରଏ କହିଛି ଯେ ଜିନ ଏଡିଟିଂ ଟୁଲ CRISPR ବ୍ୟବହାର କରି ଲାଇସେନ୍ସପ୍ରାପ୍ତ ପ୍ରଥମ ଔଷଧ କ୍ୟାସଗୋଭିଙ୍କୁ ଏହା ଅନୁମୋଦନ କରିଛି। ଏହାର ନିର୍ମାତାଙ୍କୁ ୨୦୨୦ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ସିକଲ ସେଲ ହେଉଛି ରକ୍ତ ବିକାର ଯାହା ଲାଲଶ ରକ୍ତ କୋଷିକାର ଆକାର ପରିବର୍ତ୍ତନ କରିଦେଇଥାଏ ଏବଂ ଏହା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏଜେନ୍ସି ୧୨ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସିକଲ ସେଲ ରୋଗୀଏବଂ ଥାଲାସେମିଆରେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମୋଦନ କରିଥିଲା। କ୍ୟାସଗୋଭିକୁ ଭର୍ଟେକ୍ସ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ (ୟୁରୋପ) ଏବଂ CRISPR ଥେରାପିଟିସ ଦ୍ୱାରା ପ୍ରସ୍ତୁତ। ବର୍ତ୍ତମାନ ପର୍ଯ୍ୟନ୍ତ (ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ(ଅସ୍ଥି ମଜ୍ଜା ପ୍ରତିରୋପଣ) ଏକ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରଣାଳୀ, ଯାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା । କେବଳ ଏତିକି ନୁହେଁ, ଏହା ହେଉଛି ଏକମାତ୍ର ଏବଂ ଦୀର୍ଘସ୍ଥାୟୀ ଚିକିତ୍ସା।

Share