ଓ୍ବାଗନର୍‌ ଗ୍ରୁପ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ

ଇଂଲଣ୍ଡ,୧୫।୯: ବ୍ରିଟେନ ସରକାର ଋଷିଆର ୱାଗନର୍‌ ଗ୍ରୁପ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ ଦେଶରେ ଏହାକୁ ସମର୍ଥନ କରିବା ଏବଂ ସଦସ୍ୟ ରହିବା ବେଆଇନ ହୋଇଯିବ। ଏହି ସଂଗଠନ କିଛି ଅପରାଧ କଲେ ତାଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ତେବେ ଏନେଇ ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ବ୍ରିଟେନ କହିଛି ଯେ ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଝିନନଙ୍କ ମୃତ୍ୟୁ ପରେ ଏହି ଗୋଷ୍ଠୀ ସମଗ୍ର ବିଶ୍ୱ ପାଇଁ ବିପଦ ପାଲଟିଛି। ବ୍ରିଟିଶ ସରକାରଙ୍କ ଅନୁଯାୟୀ, ୱାଗନର୍‌ ଗ୍ରୁପ ୟୁକ୍ରେନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁଦ୍ଧର ପ୍ରଭାବ ସିରିଆ ଓ ଅନେକ ଆଫ୍ରିକୀୟ ଦେଶ ଉପରେ ମଧ୍ୟ ପଡିଛି।

Share