୩୮୬ ରୁଷୀୟ ଏମ୍‌ପିଙ୍କ ଉପରେ କଟକଣା ଜାରି କଲା ବ୍ରିଟେନ୍‌

ଲଣ୍ଡନ,୧୨ା୩: ବ୍ରିଟେନ୍‌ର ବୋରିସ୍‌ ଜନ୍‌ସନ୍‌ ସରକାର ଶୁକ୍ରବାର ୩୮୬ ରୁଷୀୟ ଏମ୍‌ପିଙ୍କ ବିରୋଧରେ କଟକଣା ଜାରି କରିଛନ୍ତି। ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ ଡୁମାର ଏହି ସଦସ୍ୟମାନେ ୟୁକ୍ରେନ୍‌ରୁ ଲୁହାନସ୍କ ଓ ଡୋନେସ୍କକୁ ବିଚ୍ଛିନ୍ନ କରି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା ପ୍ରସ୍ତାବକୁ ସମର୍ଥନ କରିଥିବାରୁ ଯୁଦ୍ଧ ଚାଲିଥିବା ଦର୍ଶାଇ ବ୍ରିଟେନ୍‌ ଏଭଳି ନିଷ୍ପତ୍ତି ନେଇଛି। ନୂଆ କଟକଣା ଫଳରେ ୩୮୬ ଏମ୍‌ପି ବ୍ରିଟେନ ଯାତ୍ରା କରିପାରିବେ ନାହିଁ। ଏଥିସହ ବ୍ରିଟେନରେ ଥିବା ସେମାନଙ୍କ ସମ୍ପତ୍ତି ଉପରେ ହାତ ମାରିପାରିବେ ନାହିଁ ବୋଲି କମନ୍‌ଓ୍ବେଲ୍‌ଥ ଆଣ୍ଡ ଡେଭେଲପ୍‌ମେଣ୍ଟ ଅଫିସ (ଏଫ୍‌ସିଡିଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବେଆଇନ ୟୁକ୍ରେନ୍‌ ଆକ୍ରମଣକୁ ସମର୍ଥନ କରିଥିବା ଏମ୍‌ପିମାନଙ୍କ ଯୋଗୁ ଏହି ବର୍ବର ଯୁଦ୍ଧ ଚାଲିଛି। ରୁଷିଆ ଅର୍ଥନୀତି ଉପରେ କଠୋର କଟକଣା ଜାରି ରହିବ ବୋଲି ବ୍ରିଟେନ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ସ୍ପଷ୍ଟ କରିଛନ୍ତି।

Share