ଲଣ୍ଡନ,୨୬।୪: ବ୍ରିଟେନରେ ହିନ୍ଦୁ ଅନୁଗାମୀମାନଙ୍କ ପାଇଁ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିରର ନିର୍ମାଣ ଶ୍ରୀ ଜଗନ୍ନାଥ ସୋସାଇଟି (ଏସ୍ଜେଏସ୍) ଦ୍ୱାରା କରାଯିବ। ଏଥିପାଇଁ ୨୫୦ କୋଟି ଟଙ୍କା ଦାନ କରାଯିବ।
ଫେନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅରୁଣ କରଙ୍କ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ନିର୍ମାଣ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ଓଡିଆ ମୂଳ ବ୍ୟବସାୟୀ ବିଶ୍ୱନାଥ ପଟ୍ଟନାୟକ ୨୫୪ କୋଟି ଟଙ୍କା ଦାନ କରିଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା (୨୦୨୪) ମନ୍ଦିର ନିର୍ମାଣର ପ୍ରଥମ ପର୍ଯ୍ୟାୟ ଶେଷ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆସନ୍ତା ବର୍ଷ ଭକ୍ତମାନେ ସେଠାକୁ ଯାଇପାରିବେ। ଧାର୍ମିକ ସଂଗଠନ ସହ ଜଡିତ ଲୋକମାନେ କହିଛନ୍ତି ଯେ, ଲଣ୍ଡନର ଜଗନ୍ନାଥ ମନ୍ଦିର ୟୁରୋପରେ ଜଗନ୍ନାଥ ସଂସ୍କୃତିର କେନ୍ଦ୍ର ହେବ ଏବଂ ବିଶ୍ୱର ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଏହା ଏକ ପ୍ରମୁଖ ତୀର୍ଥସ୍ଥଳରେ ପରିଣତ ହେବ।