ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କଲେ ୟୁଏନ୍‌ ମୁଖ୍ୟ

ନ୍ୟୁୟର୍କ,୧।୮: ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶରେ ଆଞ୍ଚଳିକ ଇସଲାମ ପାର୍ଟି ଜମିଆତ୍‌ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ହୋଇଥିବା ଏହି ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ କିଏ ଘଟାଇଛି ତାଙ୍କୁ ଖୋଜିବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ରବିବାର ଦିନ ପାକିସ୍ତାନରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସଂଯୁକ୍ତ ରାଷ୍ଟ୍ରମହାସଚିବ ଗୁଟେରସ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share