ବଲଟିକ ସାଗରରେ ମିଥେନ ଲିକ୍‌ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍‌ ହେଉଛି ଲିକ୍‌…

ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛି। ପ୍ରତି ଘଣ୍ଟାରେ ପ୍ରାୟ ୨୩ ହଜାର କିଲୋଗ୍ରାମ ମିଥେନ ଗ୍ୟାସ ଲିକ ହେଉଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନପି) କହିଛି ଯେ ବଲଟିକ ସାଗରର ନର୍ଡ ଷ୍ଟ୍ରିମ ପ୍ରାକୃତିକ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ଭାଙ୍ଗିବା ଯୋଗୁ କ୍ଷତିକାରକ ମିଥେନ ଲିକ ହେବାର ସବୁଠାରୁ ବଡ ଘଟଣା ପାଲଟିଛି। ଏହା ଦ୍ୱାରା ଜଳବାୟୁ ଉପରେ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ୟୁଏନପି ପାଇଁ ଆଇଏମଇଓର ମୁଖ୍ୟ ମେନଫ୍ରେଡି କାଲ୍ଟାଗିରୋନ ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଏହା ସଙ୍କଟ ଜନକ। ଏହା ଜଳବାୟୁ ପାଇଁ ନୂଆ ବିପଦ ସୃଷ୍ଟି କରିବ। ଆମକୁ ଶୀଘ୍ର ଲିକ ରୋକିବାକୁ ପଡିବ।

ମିଥେନ ଗ୍ୟାସ ଲିକ ଉପରେ ନଜର ରଖିବା ପାଇଁ ଉପଗ୍ରହ ବ୍ୟବହାର କରୁଥିବା ଜିଏଚଜିଏସଏଟିର ଗବେଷକମାନେ ଆକଳନ କରିଛନ୍ତି ଯେ ଚାରୋଟି ବ୍ରେକଡାଉନ ପଏଣ୍ଟରୁ ଘଣ୍ଟା ପ୍ରତି ପ୍ରାୟ ୨୨,୯୨୦ କିଲୋଗ୍ରାମ ମିଥେନ ଲିକ ହେଉଛି। ମିଥେନ ଲିକ ଯୋଗୁ ହେଉଥିବା ପ୍ରଦୂଷଣ ପ୍ରତି ଘଣ୍ଟାରେ ପ୍ରାୟ ୬,୩୦,୦୦୦ ପାଉଣ୍ଡ କୋଇଲା ଜଳାଇବା ସହିତ ସମାନ।

କାଲ୍ଟାଗିରୋନ କହିଛନ୍ତି ଯେ ଗାଜପ୍ରୋମ ନେତୃତ୍ୱାଧୀନ ପାଇପଲାଇନ ସିଷ୍ଟମରୁ ମିଥେନ ଲିକ ଡିସେମ୍ବର ମାସରେ ମେକ୍ସିକୋ ଗଲ୍ଫ ଏବଂ ଗ୍ୟାସ କ୍ଷେତ୍ରରୁ ହେଉଥିବା ଲିକ ଅତିକ୍ରମ କରିପାରେ। ସେଠାରେ ଘଣ୍ଟା ପ୍ରତି ପ୍ରାୟ ୧୦୦ ମେଟ୍ରିକ ଟନ ଲିକ ହେଉଥିଲା। ଭାଲେନ୍ସିଆର ପଲିଟେକ୍ନିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣା ଏବଂ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗଲ୍ଫ ଅଫ ମେକ୍ସିକୋ୧୭ ଦିନ ମଧ୍ୟରେ ପ୍ରାୟ୪୦,୦୦୦ମେଟ୍ରିକ ଟନ ମିଥେନ ଲିକ ହୋଇଥିଲା।

Share