ଭାରତକୁ ପ୍ରଶଂସା କଲା ଜାତିସଂଘ

ଜେନେଭା,୨୧।୨: ଜାତିସଂଘ ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍‌ ଏଭଳି କରିଛନ୍ତି। ଭାରତ ଜାତିସଂଘ ଶାନ୍ତି ବାହିନୀଙ୍କ ପାଇଁ ୨ ଲକ୍ଷ୨୯ ହଜାରରୁ ଅଧିକ କରୋନା ପ୍ରତିଷେଧକ ଟିକା ପଠାଇଛି। ଏସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ଜାତସଂଘ ମହାସଚିବ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି। ବିଦେଶୀ ରାଷ୍ଟ୍ରକୁ ଭାରତ କରୋନା ପ୍ରତିଷେଧକ ଟିକା ପଠାଇବା ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତ ଆଗାମୀ ଦିନରେ ଏକ କୋଟି ଟିକା ଆଫ୍ରିକାକୁ ପଠାଇବ। ସେହିପରି ଜାତିସଂଘର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୧୦ ଲକ୍ଷ ଟିକା ପଠାଯିବାର ଯୋଜନା ରହିଥିବା ସେ କହିଛନ୍ତି।

Share