ଜେନେଭା, ୨୩ା୩: ରୁଷିଆ ଆକ୍ରମଣ ପରଠାରୁ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ୟୁକ୍ରେନ ଛାଡ଼ି ଶରଣାର୍ଥୀ ପାଲଟିଥିବା ଜାତିସଂଘ କହିଛି। ଏଥିଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ ଉପୁଜିଛି। ୟୁଏନ୍ଏଚ୍ସିଆର୍ ମଙ୍ଗଳବାର ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ୩୫ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି। ରୋମାନିଆରେ ୫ ଲକ୍ଷ ୪୦ ହଜାର ଏବଂ ମାଲ୍ଡୋଭାରେ ୩ ଲକ୍ଷ ୬୭ ହଜାରରୁ ଅଧିକ ୟୁକ୍ରେନୀୟ ଶରଣ ନେଇଛନ୍ତି। ମାର୍ଚ୍ଚ ଆରମ୍ଭରୁ ଦିନକୁ ଲକ୍ଷାଧିକ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ୁଛନ୍ତି। ୬୫ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍ ମାଇଗ୍ରେଶନ କହିଛି।