ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ରେ ଅଡିଟ୍ କୋଅର୍ଡିନେଟର ରହିଛନ୍ତି। ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ଙ୍କ ବିପକ୍ଷରେ ନିଜ ପ୍ରାର୍ଥିତ୍ୱ ଘୋଷଣା କରିବାରେ ସେ ପ୍ରଥମ ମହିଳା। ଏଥିପାଇଁ ଆକାଂକ୍ଷା ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଗତ ୭୫ ବର୍ଷରେ ଜାତିସଂଘ କୌଣସି ମହିଳାଙ୍କୁ ମହାସଚିବ ହେବା ଦେଖିନାହିଁ। ଗତମାସରେ ୭୧ ବର୍ଷୀୟ ଗୁଟେରେସ୍ ପରବର୍ତ୍ତୀ ୫ ବର୍ଷ ନିମନ୍ତେ ଦ୍ୱିତୀୟ ଥର ଏହି ପଦବୀ ପାଇଁ ଆଶାୟୀ ଥିବା ଘୋଷଣା କରିସାରିଛନ୍ତି। ୨୦୨୧ ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ୨୦୨୨ ଜାନୁୟାରୀ ୧ରୁ ପରବର୍ତ୍ତୀ ମହାସଚିବଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।