ଆର.ଉଦୟଗିରି,୪ା୧୧(ଡି.ଏନ.ଏ.): ମୋହନା ବ୍ଲକ ଜିରାଙ୍ଗ ବୌଦ୍ଧ ମନ୍ଦିରଠାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁରୋପ ଓ ନେଦରଲାଣ୍ଡ ଭଳି ଦେଶରୁ ଆସିଥିବା ବିଦେଶିନୀମାନେ ଯୋଗଦେଇଥିବା ବେଳେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଦେଶରୁ ଆସିଥିବା ବିଦେଶିନୀମାନଙ୍କୁ ପ୍ରଥମେ ଜିଲାପାଳ ଲିଙ୍ଗରାଜ ପଣ୍ଡା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଭବ୍ୟ ସ୍ବାଗତ ଜଣାଇଥିଲେ। ଶିଶୁମାନଙ୍କ ସୁରକ୍ଷା, ବାଲ୍ୟବିବାହ ନିରୋଧ, କିଶୋରୀ ଶସକ୍ତିକରଣ ଦିଗରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ବିଦେଶିନୀ ପ୍ରତିନିଧିମାନେ ଶେଷରେ ତିବ୍ଦତ କୁନି କୁନି ପିଲାଙ୍କ ପାରମ୍ପରିକ ନୃତ୍ୟ ଦେଖିସାରିବା ପରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟ ଆଦି ଗସ୍ତ କରିଥିଲେ।