ଭିଟୋ ପ୍ରୟୋଗକଲା ଆମେରିକା

ଜାତିସଂଘ,୧୯ା୧୦: ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ଉପରେ ହିଂସାକୁ ନିନ୍ଦାକରି ତଥା ଗାଜାର ପାଲେଷ୍ଟିନୀୟମାନଙ୍କ ଲାଗି ମାନବୀୟ ସହାୟତା ଯୋଗାଇଦେବାକୁ ନିବେଦନ କରି ଜାତିସଂଘ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ଉପରେ ବୁଧବାର ଆମେରିକା ଭିଟୋ ପ୍ରୟୋଗ କରିଛି। ଜାତିସଂଘ ସୁରକ୍ଷା ପରିଷଦର ୧୫ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୧୨ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାବେଳେ ଆମେରିକା ବିରୋଧ କରିଥିଲା। ଅନ୍ୟ ୨ ସଦସ୍ୟ ଅନୁପସ୍ଥିତ ରହିଥିଲେ। ଆତ୍ମରକ୍ଷା ପାଇଁ ଇସ୍ରାଏଲ୍‌ର ଅଧିକାର ଉପରେ ପ୍ରସ୍ତାବରେ କିଛି କୁହାଯାଇ ନ ଥିବାରୁ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌-ଗ୍ରୀନ୍‌ଫିଲ୍ଡ ଏହାର ସମାଲୋଚନା କରିଛନ୍ତି।
ଇସ୍ରାଏଲକୁ ସୁରକ୍ଷା ଦେବାକୁ ଯାଇ ହମାସ୍‌ ଉପରେ କଟକଣା ଜାରି କରିଛି। ଇସ୍ରାଏଲ ଉପରେ ହମାସ୍‌ ଅତର୍କିତ ଆକ୍ରମଣ କରିବା ପରଠୁ ମୃତକ ଓ ଅପହୃତଙ୍କ ସଂଖ୍ୟା ୧,୦୦୦ ଟପିଛି। ଆମେରିକା ଏଥିରେ କ୍ଷୁବ୍ଧ ହୋଇ ହମାସ୍‌ର ୧୦ ସଦସ୍ୟଙ୍କ ସମେତ ଗାଜା, ସୁଡାନ୍‌, ତୁର୍କି, ଅଲ୍‌ଜେରିଆ ଓ କାତାରରେ ଏହାର ଆର୍ଥିକ ନେଟ୍‌ଓ୍ବର୍କ ଉପରେ ଅଙ୍କୁଶ ଲଗାଇଛି।

Share