ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…

ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଏହି ସୂଚନା ଦେଇ ଏକ ବିବୃତ୍ତି ଜାରି କରିଛି।

ବିବୃତ୍ତିରେ କୁହାଯାଇଛି ଅଗଷ୍ଟ ୨୦୨୧ ପରଠାରୁ ୟୁକ୍ରେନକୁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଦ୍ୱାରା ଏହା ହେଉଛି ୪୬ ତମ ସାମରିକ ସହାୟତା। ଆମେରିକା ଏହାର ସହଯୋଗୀ ତଥା ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହଯୋଗରେ ୟୁକ୍ରେନର ସାମରିକ ଆବଶ୍ୟକତା ପୂରଣ ଜାରି ରଖିବ।

ୟୁକ୍ରେନକୁ ଆମେରିକା ଦେଇଥିବା ଏହି ନୂତନ ପ୍ୟାକେଜରେ ବାୟୁ ପ୍ରତିରକ୍ଷା ଉପକରଣ, ଆର୍ଟିଲିରି ଗୁଳି, ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଛି। ରୁଷ ସହିତ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ଏହି ଆମେରିକୀୟ ପ୍ୟାକେଜରୁ ଅନେକ ସାହାଯ୍ୟ ପାଇବ ବୋଲି ଆଶା କରାଯାଉଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସମର୍ଥନ କରିଆସୁଛି। ଏହି ସମୟ ମଧ୍ୟରେ ଆମେରିକା ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ସହିତ ସାମରିକ ସହାୟତା ମଧ୍ୟ ଦେଇଛି।

 

Share