ୟୁକ୍ରେନ୍‌କୁ ୨୭.୫ ବିଲିୟନ୍‌ ଡଲାର ସାମରିକ ସହାୟତା ଦେଲାଣି ଆମେରିକା

ଓ୍ବାଶିଂଟନ୍‌,୨୧।୧: ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଶୁକ୍ରବାର ୩୩୧ ଦିନ ପୂରିଥିବାବେଳେ ଆମେରିକା ଆଉ ୨.୫ ବିଲିୟନ୍‌ ଡଲାର ସାମରିକ ସହାୟତା ଘୋଷଣା କରିଛି। ଏହାକୁ ମିଶାଇ କିଭ୍‌କୁ ଆମେରିକାର ମୋଟ ସହାୟତା ମୂଲ୍ୟ ୨୭.୫ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି। ଓ୍ବାଶିଂଟନ୍‌ର ସଦ୍ୟ ପ୍ୟାକେଜ୍‌ରେ ୟୁକ୍ରେନ୍‌କୁ ଅତିରିକ୍ତ ଏୟାର ଡିଫେନ୍ସ ସପୋର୍ଟ ମିଳିବ। ଆଭେଞ୍ଜର ଏୟାର ଡିଫେନ୍ସ ସିଷ୍ଟମ୍‌, ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଆଦି ପ୍ରଦାନ କରାଯିବ ବୋଲି ପେଣ୍ଟାଗନ୍‌ ସୂଚନା ଦେଇଛି।

Share