ଶକ୍ତିଶାଳୀ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି ଆମେରିକା, ଆଖିପିଛୁଳାକେ ପୋଡ଼ି ପାଉଁଶ ହେବ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ,୨।୧୧: ଆମେରିକା ଏକ ଅତ୍ୟାଧୁନିକ ୩୦୦ କିଲୋଓ୍ବାଟ୍‌ କ୍ଷମତା ବିଶିଷ୍ଟ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି। ଆଖିପିଛୁଳାକେ ଏହା ଯେକୌଣସି କ୍ଷେପଣାସ୍ତ୍ରକୁ ପୋଡ଼ି ପାଉଁଶ କରିଦେବ। ଏହାର ପରରକ୍ଷଣ ଆସନ୍ତା ୨୦୨୨ ବର୍ଷରେ କରାଯିବ ବୋଲି ଆମେରିକା କହିଛି। ଏହି ଅସ୍ତ୍ରକୁ ଜେନେରାଲ ଆଟୋମିକ୍ସ ଇଲେକ୍ଟ୍ରୋମ୍ୟାଗ୍ନେଟିକ ସିଷ୍ଟମ ଏବଂ ବୋଇଙ୍ଗ କମ୍ପାନୀ ମିଳିତ ଭାବେ ବିକଶିତ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଅସ୍ତ୍ର ଜାହାଜର ଏକ କଣ୍ଟେନର ପରି ବଡ ହେବ। ଏହାକୁ ଏକ ଟ୍ରକ ଉପରେ ରଖାଯିବ। ଏହି ଅସ୍ତ୍ର ଏପର୍ଯ୍ୟନ୍ତ ଥିବା ପୃଥିବୀର ସମସ୍ତ ଲେଜର ଅସ୍ତ୍ର ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ହେବ। ଡ୍ରୋନ, ଜେଟ ଏବଂ ହେଲିକପ୍ଟରକୁ ଏହା ଆଖିପିଛୁଳାକେ ପୋଡ଼ି ପାଉଁଶ କରିବାକୁ ସକ୍ଷମ ହେବ। ।

ପୂର୍ବରୁ ଆମେରିକାର ନୌସେନା ପ୍ରଥମେ ୨୦୧୪ରେ ’ଲୋଜ’ ନାମକ ଏକ ଲେଜର ଅସ୍ତ୍ର ତିଆରି କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ସମସ୍ତ ଲେଜର ଅସ୍ତ୍ର କେବଳ ୩୦ ରୁ ୧୦୦ କିଲୋୱାଟ ଶକ୍ତି ବିଶିଷ୍ଟ। ଲୋଜ୍‌ର କ୍ଷମତା ୩୦ କିଲୋୱାଟ ଥିଲା।
ଏହି ନୂତନ ଲେଜର ଅସ୍ତ୍ର ଏକାସାଙ୍ଗରେ ଏକାଧିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ।  ବିଶେଷଜ୍ଞମାନେ କହିଛନ୍ତି ଯେ ଏଭଳି ଶକ୍ତିଶାଳୀ ଲେଜର ଅସ୍ତ୍ର ସାହାଯ୍ୟରେ ଆମେରିକା ସୈନ୍ୟବାହିନୀ ଶୀଘ୍ର ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହୋଇପାରିବ। ସେ କହିଛନ୍ତି ଯେ ଏପରି ଶକ୍ତିଶାଳୀ ଲେଜର ଅସ୍ତ୍ର ଆଗାମୀ ଦିନରେ ବାଲିଷ୍ଟିକ କ୍ଷେପଣାସ୍ତ୍ର, କ୍ରୁଜ କ୍ଷେପଣାସ୍ତ୍ର, ଡ୍ରୋନ, ଯୁଦ୍ଧ ବିମାନ ଏବଂ ହେଲିକପ୍ଟରକୁ ପୋଡ଼ି ପାଉଁା କରିପାରିବ।

 

Share