Advertisement

ଆମେରିକା ହିଁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦାୟୀ, ଇରାନ୍‌ ସୁପ୍ରିମ୍‌ ଲିଡରଙ୍କ ଆକ୍ଷେପ…

ତେହେରାନ,୧।୩ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ନେଇ ଇରାନ୍‌ର ସୁପ୍ରିମ୍‌ ଲିଡର ଆୟତୁଲା ଅଲ୍ଲୀ ଖାମନେଇ ଆମେରିକା ଉପରେ ଦୋଷ ବୋଳିଛନ୍ତି। ସେ କହିଛନ୍ତି ଯେ, ଆମେରିକା ମାଫିଆ ଭଳି କାର୍ଯ୍ୟ କରୁଛି।

ଆମେରିକା ଜାଣିଶୁଣି ଯୁଦ୍ଧ ସ୍ଥିତି ସୃଷ୍ଟି କରି ୟୁକ୍ରେନ୍‌କୁ ଫସାଇଦେଇଛି ବୋଲି ସେ ଆକ୍ଷେପ କରିଛନ୍ତି। ଆମେରିକା ହିଁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦାୟୀ । ଏହି ଯୁଦ୍ଧ ଶୀଘ୍ର ସମାପ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି। ଆମେରିକା ଉପରେ କେବେ ଭରସା କରାଯାଇ ପାରେନା।  ୟୁକ୍ରେନ୍‌ ଯୁଦ୍ଧ ହିଁ  ଏହା ସୂଚାଇ ଦେଇଛି।

ମଙ୍ଗଳବାର ଟିଭିରେ ବକ୍ତବ୍ୟ ପ୍ରଦାନ ସମୟରେ ସେ ଏଭଳି କହିଛନ୍ତି। ଆମେରିକାର ମାଫିଆ ଶାସନ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share